ବ୍ରହ୍ମପୁର: “ଆମ ଓଡିଶା ଖବର” ସୁରେନ୍ଦ୍ର ପ୍ରଧାନ ନାମକ ଅବକାରୀ ଏଏସଆଇ ପୂର୍ବରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗରେ କାର୍ଯ୍ୟ କରୁଥିବା ସମୟର ଘଟଣା। ସେହି ସମୟରେ ଇନଷ୍ଟାଗ୍ରାମ ଜରିଆରେ ଜଣେ ଯୁବତୀଙ୍କୁ ପ୍ରେମ କରିବସିଲେ। ସୁରେନ୍ଦ୍ର ଜଣେ ବିବାହିତ ପୁରୁଷ ହୋଇଥିବା ବେଳେ, ନିଜକୁ ଅବିବାହିତ କହି ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ବାବୁ ସୁରେନ୍ଦ୍ର ଯୁବତୀଙ୍କ ସହ ବିଭାହିତ ପୁରୁଷ ସ୍ତ୍ରୀ ଭଳି କାର୍ଯ୍ୟ କରିଆସୁଥିଲେ। ପ୍ରେମ ଜାଲରେ ଫସାଇବା ସମୟରେ, ଅଶ୍ଳିଳ ଫଟୋ ନିଜ ମୋବାଇଲରେ କଏଦ କରି ରଖିଥିଲେ। ବାବୁ ସୁରେନ୍ଦ୍ରଙ୍କର ପ୍ରକୂତ ସତ୍ଯ ପଦାରେ ପଡିଲା ପରେ। ବାବୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଲେ। ସେହି ପ୍ରେମ ଜନିତ ସମ୍ପର୍କରେ ଫାଟ ପଡ଼ିବା ପରେ ସୁରେନ୍ଦ୍ର ସେହି ଫଟୋକୁ ଭାଇରାଲ୍ କରିଦେବାକୁ ଧମକ ଦେଇ ଯୁବତୀଙ୍କୁ ଟଙ୍କା ମାଗିବା ଆରମ୍ଭ କରିଥିଲେ। ଅଭିଯୋଗ ଅନୁସାରେ, ପୀଡ଼ିତା ଯୁବତୀ ଜଣକ କରଜ କରି ସୁରେନ୍ଦ୍ରଙ୍କୁ ୪୦ ହଜାର ଟଙ୍କା ମଧ୍ୟ ଦେଇଥିଲେ। କିନ୍ତୁ ସୁରେନ୍ଦ୍ରଙ୍କ ଟଙ୍କା ନିଶା ବଢ଼ିବାରୁ, ଯୁବତୀ ଜଣକ ସାଇବର ଥାନାର ଦ୍ୱାରସ୍ଥ ହେବା ସହିତ, ପୁଲିସକୁ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ଆଧାରରେ ପୋଲିସର କାର୍ଯ୍ଯାନୁଷ୍ଠାନ ଆରମ୍ଭ ହୋଇଥିଲା।(କେସ୍ ନଂ ୧୩/୨୬) ସାଇବର ଥାନା ପୁଲିସ ସାଇଣ୍ଟିଫିକ୍ ଯାଞ୍ଚ କରି ପ୍ରମାଣ ପାଇବା ପରେ ସୁରେନ୍ଦ୍ରଙ୍କୁ ବ୍ରହ୍ମପୁରରୁ ଠାବ କରି ଗିରଫ କରିବା ସହିତ ସୁରେନ୍ଦ୍ରକୁ କୋର୍ଟ ଚାଲାଣ କରିଛନ୍ତି।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories