କୋଦଳା, (ଆମ ଓଡିଶା ଖବର ):କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀଙ୍କ ନିମନ୍ତେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟନ ଉତ୍ସବ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତା 18/02/2026 ରିଖ ଠାରୁ ଆରମ୍ଭ ହୋଇ 27/2/2026 ଯାଇଁ ଚାଲୁ ରହିବ ଓ 28/2/2026 ରିଖ ଦିନ ଏହି କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟ ଅତିଥି ଭାବେ କୋଦଳା ଥାନା ନିରୀକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ମିଶ୍ର ଓ ସମ୍ମାନନୀୟ ଅତିଥି ଭାବେ ସହାୟକ ଅଗ୍ନିଶମ ଅଧିକାରୀ, ଶ୍ରୀଯୁକ୍ତ ଅନିଲ ବେହେରା ଯୋଗଦେଇ ଛାତ୍ରୀ ଙ୍କ ସୁରକ୍ଷା ସମ୍ପର୍କେ ସଚେତନତା କରାଇଥିଲେ ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଆତ୍ମାସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛାତ୍ରୀଙ୍କ ସୁରକ୍ଷାରେ ସହାୟକ ହେବ କହିଥିଲେ। ଅନ୍ୟତମ ଅତିଥି ମଧ୍ୟରେ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ରଞ୍ଜୁବାଳା ନନ୍ଦ, ଏକାଡେ଼ମିକ ବର୍ସର ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର, ଅନ୍ତର୍ନିହିତ ଗୁଣାବଳୀ ବର୍ଧକ ସଂଯୋଜକ ଶ୍ରୀ ସପନ କୁମାର ଦାଶ ଓ ପ୍ରଶିକ୍ଷିକା ଭାରତୀ ଗୌଡ଼ ଯୋଗଦେଇ ଏ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କେ କହିଥିଲେ। ସଂଯୋଜିକା ଶ୍ରୀମତୀ ଅପରାଜିତା ପାତ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।ଶେଷରେ ଗଣିତ ବିଭାଗର ଅଧ୍ୟାପିକା ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ସାମାଜିକ ଅନୁଷ୍ଠାନ ଅମ୍ରିତ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ l
ବ୍ଲକ ସ୍ତରୀୟ ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ l
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l