ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ପାଳନ ଅବସରରେ “ସମ୍ମାନ ଓ ବିଚାର ବିନିମୟ କାର୍ଯ୍ୟକ୍ରମ ” ଆୟୋଜିତ l

ବ୍ରହ୍ମପୁର,୧୭/୦୨/୨୬: ସମାଜକୁ ବରିଷ୍ଠ ନାଗରିକମାନଙ୍କର ଅବଦାନକୁ ସ୍ବୀକାର କରି ସେମାନଙ୍କ ପ୍ରତି ସମାଜର ଆନୁଗତ୍ୟ ପ୍ରକାଶ କରିବା ଉଦ୍ଧେଶ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସପ୍ତାହ ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଳନ କରୁଛି l ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ବ୍ରହ୍ମପୁର ମହାନଗର ନିଗମ ର ନୂତନ ସମ୍ମିଳନୀ କକ୍ଷରେ “ସମ୍ମାନ ଓ ବିଚାର ବିନିମୟ କାର୍ଯ୍ୟକ୍ରମ”ଆୟୋଜିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ଡେପୁଟି ମେୟର ଶ୍ରୀ ବିବେକ ରେଡ୍ଡୀ, ଡେପୁଟି କମିଶନର ଶ୍ରୀ ଆଶୀର୍ବାଦ ପରିଡ଼ା , ଆସିଷ୍ଟାଣ୍ଟ କମିଶନର ଶ୍ରୀ ରୋନିତ କୁମାର, ପ୍ରାକ୍ତନ ଡେପୁଟି କମିଶନର ଶ୍ରୀ ଆଦିତ୍ୟ ସ୍ୱାଇଁ ଅତିଥି ଭାବେ ଯୋଗଦେଇ ସମସ୍ତ ବରିଷ୍ଠ ନାଗରିକଙ୍କ ସୁବିଧା ଅସୁବିଧା ବୁଝିବା ସହ ସ୍ନେହ ଓ ସମ୍ମାନ କରିବା ବୋଲି କହିଥିଲେ l ଏହି ଆଲୋଚନା ଚକ୍ର ର ବିଷୟ ରହିଥିଲା “ବରିଷ୍ଠ ନାଗରିକ ଆମ ବରିଷ୍ଠ ସମ୍ବଳ ” l ବହୁ ସଂଖ୍ୟାରେ ବରିଷ୍ଠ ନାଗରିକମାନେ ଏହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ l ବିଚାରକ ଭାବେ ଡ଼ ସଂଗୀତା ବାବୁ,ଶ୍ରୀମତୀ ନମିତା ମହାପାତ୍ର ଓ ବିରୁପକ୍ଷ ଦାସ ଉପସ୍ଥିତ ଥିଲେ l ପ୍ରଥମ ସ୍ଥାନ ସୁଶାନ୍ତ କୁମାର ପଟ୍ଟନାୟକ, ଦ୍ୱିତୀୟ ଏମ୍ ରାଜୀବ ଓ ମିହିର କାନ୍ତ ମହାପାତ୍ର ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ରୋନିତ କୁମାର ସେଠୀ ଓ ଦିନବନ୍ଧୁ ଶ୍ରିପଲଭ l

ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ ପରିଚାଳନା କରିଥିବାବେଳେ ବ୍ରହ୍ମପୁର ମହାନଗର ନିଗମ ସାମାଜିକ ସୁରକ୍ଷା ବିଭାଗର ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!