ଗଞ୍ଜାମ :(ଆମ ଓଡ଼ିଶା ଖବର )କାମ ଦେଲାନି ଚାପ! ହଟାତ ଛାତି ଯନ୍ତ୍ରଣା ପରେ ମେଡ଼ିକାଲରେ ଭର୍ତ୍ତି ହେଲେ ବିକ୍ରମ* ବାଟ ଓଗାଳିଲା ମାନବ ଅଧିକାର ! ବହୁ ଚର୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବର୍ତ୍ତମାନ ବ୍ରହ୍ମପୁର ଏମକେସିଜି ମେଡ଼ିକାଲର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବିକ୍ରମଙ୍କ ପେଟ ଓ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । କଡ଼ା ସୁରକ୍ଷା ବଳୟରେ ବିକ୍ରମଙ୍କୁ ମେଡ଼ିକାଲରେ ଭର୍ତ୍ତି କଲା ପୁଲିସ । ଏଠି ପ୍ରଶ୍ନ ଉଠୁଛି ବିକ୍ରମ ଙ୍କ ସ୍ବାସ୍ଥ୍ୟ ଗତ ସମସ୍ଯାର କେତେ ରହିଛି ସତ୍ଯତା। ଛଳନା କରୁଛନ୍ତି କି ବିକ୍ରମ! ଜଦି ନୁହେଁ କାହିଁକି ତରବରିଆ ଭାବେ ମେଡିକାଲ ରୁ ଜେଲ ପଠାଇଲା ପୋଲିସ ଆଉ କାହିଁକି ରାତି ଅଧିଆ ମେଡିକାଲ କୁ ଆଣିବାକୁ ବାଧ୍ଯ ହେଲା ପୋଲିସ ତାକୁ ନେଇ ସବୁଠି ପୁଚୁ ପୁଚୁ ହେଲେଣି ଲୋକେ।
ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହୋତ୍ସବ ଉଦଯାପିତ , ସ୍ଵାସ୍ଥ୍ୟ ପରୀକ୍ଷା ସହ କଣ୍ଠଶିଳ୍ପୀ ଅନ୍ତରା ଙ୍କ ସଂଗୀତ ର ମଜା ନେଲେ ଦର୍ଶକ।
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।
କଂଗ୍ରେସ ନେତାଙ୍କ ଭାତୃ ବିୟୋଗ,