ଖୋରଧା: “ଆମ ଓଡ଼ିଶା ଖବର” ୧୬ ପେବୃଆରୀ ମହାଜାଗରକୁ, ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ୍ ତରଫରୁ ଶ୍ରୀ ଚୈତନ୍ଯ ବିହାର ପରିସରରେ ଥିବା ଶ୍ରୀ ଭକ୍ତେଶ୍ଵର ମହାଦେବଙ୍କ ପୀଠରେ ଆଦି ବୈଷ୍ଣବ ଶ୍ରୀ ଶିବଜିଙ୍କ ଜାଗର ଉତ୍ସବ ପାଳନ ଅବସରରେ ଆଲୋଚନା ଚକ୍ର, କୀର୍ତନ୍, ମହଦୀପ ପ୍ରଦାନ କରାଯାଇଛି। ଆଲୋଚନା ଚକ୍ରରେ ଶ୍ରୀ ବୋଧାୟନ୍ ମହାରାଜ, ଜନାକୀ ବଲ୍ଲଭ ପଟ୍ଟନାୟକ, ଅନନ୍ତ ହରି ଦାସ ବାବ।ଜୀ “ବୈଷ୍ଣବ ସାହିତ୍ୟରେ ଶିବ ତତ୍ଵ”ଉପରେ ଆଲୋଚନା କରିଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ କେ ସୁର୍ୟ ପାତ୍ର, ଗୋଲଖ ହାତୀ, ଜୋଗେସ୍ଵର୍ ସିଂହ, ସନ୍ତୋଷୀ ସାହୁ, ପଦ୍ମା ପଟ୍ଟନାୟକ, ସସ୍ମିତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ରାଧା ବଲ୍ଲଭ ମନ୍ଦିରର କୀର୍ତନ୍ ମଣ୍ଡଳୀ ରାତ୍ରି ଉଜାଗର୍ ରହି କୀର୍ତନ୍ ପରି ବେଶଣ କରିଥିଲେ। ମଧ୍ୟ ରାତ୍ରରେ ମହାଦୀପ ପ୍ରଦାନ କରାଯାଇଛି । ଏହି କର୍ୟକ୍ରମକୁ ଜଗଦୀଶ ପ୍ରସାଦ ପଟ୍ଟନାୟକ ସଞ୍ଜୋଜନା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ l
ସାମାଜିକ ଅନୁଷ୍ଠାନ ଅମ୍ରିତ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ l
ବ୍ଲକ ସ୍ତରୀୟ ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ l