ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l

କେନ୍ଦ୍ରାପଡ଼ା (ଆମ ଓଡିଶା ଖବର) 20/02 ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ତଳ ବାଲୀପଡ଼ା ସ୍କୁଲ ଘଟଣା ମନରୁ ନ ଲିଭୁଣୁ ଆଉ ଏକ ପ୍ରାଥମିକ ବିଦ୍ୟାଳୟ ର ବିପର୍ଯ୍ୟସ୍ତ ଅବସ୍ଥା ସାମ୍ନାକୁ ଆସିଛି। ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଅନ୍ତର୍ଗତ ବାଲିକୁଦା ସରକାରୀ ପ୍ରାଥମିକ ବିଦ୍ୟାଳୟ, ତରଡ଼ିପାଳ, ପ୍ରାୟ ଏକବର୍ଷ ହେବ ଜଣେ ଶିକ୍ଷୟିତ୍ରୀ ରେ ଚାଲିଛି। ସେ ମହିଳା ଶିକ୍ଷୟିତ୍ରୀ ଜଣକ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ। ବିଦ୍ୟାଳୟର ଅତିରିକ୍ତ ଚାପ ସହି ନପାରି ସେ ଦୁଇ ଦୁଇ ଥର ବେହୋସ୍ ହୋଇ ସାରିଲେଣି, ଏପରିକି ରାସ୍ତାରେ ବେହୋସ୍ ହୋଇ ପଡ଼ିଥିଲା ବେଳେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇ ତାଙ୍କ ଗୃହରେ ଛାଡ଼ିବା କଥା ନଜିର ଅଛି। ଏହି ପ୍ରତିନିଧି ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଉକ୍ତ କ୍ଳଷ୍ଟର୍ ସିଆରସିସି ଙ୍କୁ ପଚରିବାରେ ଉତ୍ତର ମିଳୁଛି, ଅଫିସକୁ ଜଣାହୋଇଛି। ତେବେ ପ୍ରଶ୍ନ ଉଠୁଛି, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟ କେବେ ନିଦରୁ ଉଠିବ, ଏ ସବୁର ସ୍ଥାୟୀ ସମାଧାନ କିପରି ହେବ। ଜିଲ୍ଲା ଶିକ୍ଷାଧକାରୀ ଓ ଜିଲ୍ଲାପାଳ କେବେ ଏହା ପ୍ରତି ଦୃଷ୍ଟି ଦେବେ ନା ସମୁଦାୟ ଶିକ୍ଷା ବ୍ୟବସ୍ଥାକୁ ଭଗବାନଙ୍କ ଉପରେ ଛାଡ଼ିଦେଇ ଚୁପ୍ ବସିବେ। ଏହାର ସ୍ଥାୟୀ ପ୍ରତିକାର ନହେଲେ ବାଧ୍ୟ ହୋଇ ରାଜରାସ୍ତାକୁ  ଗ୍ରାମବାସୀ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସାମାଜିକ କର୍ମୀ ଭରତ ଚନ୍ଦ୍ର ଦାଶ l

କେନ୍ଦ୍ରାପଡ଼ା ରୁ ନରେନ୍ଦ୍ର ଧଳଙ୍କ ରିପୋର୍ଟ ଆମ ଓଡିଶା ଖବର l

error: Content is protected !!