ବେଗୁନିଆପଡା, (ଆମ ଓଡିଶା ଖବର): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ହଂସତୁଳୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ କିଛି ଦିନ ଧରି ଗ୍ରାମବାସୀ ବେଗୁନିଆପଡା ବିଇଓ ଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅଭିଯୋଗ କରି ଆସୁଥିଲେ । ଯାହାକୁ ହୃଦୟଙ୍ଗମ କରି ବେଗୁନିଆପଡା ବିଇଓ ରୁଦ୍ର ନାରାୟଣ ସାହୁଙ୍କ ନିର୍ଧେଶ କ୍ରମେ ଉକ୍ତ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି । ଶିକ୍ଷକ ରବୀନ୍ଦ୍ର ମହାରଣାଙ୍କୁ ଉକ୍ତ ବିଦ୍ୟାଳୟକୁ ବଦଳି ପରେ ଗ୍ରାମବାସୀଙ୍କ ସମେତ ଛାତ୍ରଛାତ୍ରୀ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଏଥିନେଇ ଗୁରୁବାର ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରକାଶ ସ୍ୱାଇଁ ଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଏଵଂ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଶ୍ରୀ ମହାରଣା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଅମୂଲ୍ୟ ସାର୍, ପ୍ରଦ୍ୟୁମ୍ନ ସାର୍, ବିଭୁ ସାର୍ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯୋଗୀରାମ ଜେନା,ପରିଚାଳନା କମିଟିର ସଦସ୍ୟ ଅଶୋକ ପଣ୍ଡା, ସଞ୍ଜୟ ସାହୁ, ଗଡୁରାମ ଜେନା, ଭାଗିରଥି ଜେନା, କୃଷ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପରେ ବିଇଓ ଶ୍ରୀ ସାହୁ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହୋତ୍ସବ ଉଦଯାପିତ , ସ୍ଵାସ୍ଥ୍ୟ ପରୀକ୍ଷା ସହ କଣ୍ଠଶିଳ୍ପୀ ଅନ୍ତରା ଙ୍କ ସଂଗୀତ ର ମଜା ନେଲେ ଦର୍ଶକ।
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।