ଶ୍ରୀ ଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବଙ୍କ ରୈ।ପ୍ୟ ଜୟନ୍ତୀ ବାର୍ଷିକ ଉତ୍ସବ l

ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସଦରମହକୁମା ରେ ଥିବା ପ୍ରସିଦ୍ଧ ଶୈବ ପୀଠ ଶ୍ରୀ ଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବ ଙ୍କର ରୈ।ପ୍ୟ ଜୟନ୍ତୀ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଆଜକୁ ଦୀର୍ଘ ୨୫ ବର୍ଷ ଧରି ନୀରବିଛ୍ଛିନ୍ନ ଭାବରେ ଶ୍ରୀ ଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବ ଙ୍କ ପୀଠରେ ଟାଙ୍ଗୀ ଅଞ୍ଚଳର ଜଗନ୍ନାଥ ମନ୍ଦିରର ଆଦ୍ୟ ତଥା ପ୍ରତିଷ୍ଠାତା ସେବକ ଜ୍ୟୋତିର୍ବିଦ ଭାରତ ଭୂଷଣ ଜଗଦ୍ଦେବ ଙ୍କ ଦ୍ଵାରା ଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବ ଙ୍କ ପୀଠରେ ବିଶ୍ୱ କଲ୍ୟାଣ ନିମିତ୍ତ ଏବଂ ଟାଙ୍ଗୀ ଅଞ୍ଚଳର ଆବାଳବୃଦ୍ଧବନିତା ଙ୍କ କଲ୍ୟାଣ ପାଇଁ ମହାଯଜ୍ଞ କରି ଆସୁଛନ୍ତି । ବିଦ୍ୱାନ ପଣ୍ଡିତ ମାନଙ୍କ ଦ୍ୱାରା ପୂଜା ରୀତିନୀତି ଅନୁସାରେ ଯଜ୍ଞ କରାଯାଇ ଆସୁଅଛି । ଶ୍ରୀଯୁକ୍ତ ଜଗଦ୍ଦେବ ହିଁ ଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବ ଙ୍କ ପୀଠରେ ଟାଙ୍ଗୀ ଅଞ୍ଚଳର ଆବାଳବୃଦ୍ଧବନିତା ଙ୍କ କଲ୍ୟାଣ ପାଇଁ ମହାଯଜ୍ଞ ଆରମ୍ଭ କରିଥିଲେ , ଯାହା ଆଜି ରୈ।ପ୍ୟ ଜୟନ୍ତୀ ବାର୍ଷିକ ଉତ୍ସବ ଭାବରେ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ଟାଙ୍ଗୀ ଓ ଆଖପାଖ ଅଞ୍ଚଳର ବହୁ ଭକ୍ତ , ଶ୍ରଦ୍ଧାଳୁ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇ ପ୍ରଭୁକୃପା ଲାଭ କରିଥିଲେ । ଶେଷରେ ଆନନ୍ଦ ବଜାରରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ । ଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବ ଙ୍କ ପୀଠରେ ଭକ୍ତମାନେ ଏଭଳି ଯଜ୍ଞ ଉତ୍ସବ ପାଳନ କରିବା ସହିତ ସମାଜସେବା କ୍ଷେତ୍ରରେ ସମସ୍ତେ ନିଜକୁ ସାମିଲ କରିବା ପାଇଁ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡକ୍ଟର ଭାରତ ଭୂଷଣ ଜଗଦ୍ଦେବ ଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବଙ୍କ ଅଙ୍ଗଲାଗି ସେବକ ହରିହର ରଣା ଙ୍କ ମାଧ୍ୟମରେ ସମସ୍ତଙ୍କୁ ଅପିଲ କରିଥିଲେ ।

error: Content is protected !!