କୋଦଳା, (ଆମ ଓଡିଶା ଖବର): କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ମହିଳା ଦିବସ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ତାଲୁକା ଆଇନ ସେବା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ନାତକ ମହାବିଦ୍ୟାଳୟ ଏଵଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମେତ କୋଦଳା ଅତିରିକ୍ତ ଜିଲ୍ଲା ଏବଂ ଦୌରା ବିଚାରପତି, ବରିଷ୍ଠ ଦେୱାନୀ ବିଚାରପତି ଙ୍କ ସହଯୋଗ ରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଏବଂ ଦୌରା ବିଚାରପତି ଶ୍ରୀଯୁକ୍ତ ବିଶ୍ଵରଞ୍ଜନ ବେହେରା ଆଜିର ସଭାରେ ସଭାପତି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ରେଖାରାଣୀ ପଣ୍ଡା ଆନ୍ତର୍ଜାତିୟ ମହିଳା ଦିବସ ର ତାତ୍ପର୍ଯ୍ୟ ଉପରେ ଏକ ସଚେତନତା ର ବାର୍ତ୍ତା ଦେଇଥିଲେ । ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁବାଳା ନନ୍ଦ, ଲଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଭାରପ୍ରାପ୍ତ ଅଧକ୍ଷ ଶ୍ରୀ ପଞ୍ଚାନନ ଦାସ, ବରିଷ୍ଠ ଆଇନଜୀବୀ କୋଦଳା କୋର୍ଟ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର, ଶ୍ରୀ ସୁବାଷ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ, କୋଦଳା ଅଦାଲତ ଶ୍ରୀ ଭାସ୍କର ସ୍ୱାଇଁ, ଆଇନଜୀବୀ ଶ୍ରୀ ଜମିର ଅଲ୍ଲୀ ଖାନ, ଶ୍ରୀ ନୀଳମଣି ପଣ୍ଡା, ଶ୍ରୀ ସନ୍ନ୍ୟାସୀ ସାହୁ, ପୂର୍ବତନ ସରକାରୀ ଆଇନଜୀବୀ ଶ୍ରୀ ନୀଳାଞ୍ଚଳ ପଲାଇ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କର ସୁରକ୍ଷା ଓ ସେମାନଙ୍କ ପାଇଁ ଉଦିଷ୍ଟ ଆଇନ ବିଷୟରେ ଆଲୋକପାତ କରିଥିଲେ । ଲଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଇତିହାସ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ତରାଇ ମହିଳା ମାନଙ୍କର ସ୍ୱାଧୀନତା ଉପରେ କହିଥିଲେ । ଏକାଡେ଼ମିକ ବର୍ଷର ଶ୍ରୀ ବିନୋଦ କୁମାର ମିଶ୍ର, ଅଧ୍ୟାପକ ସପନ କୁମାର ଦାଶ,ଯୁବ ରେଡକ୍ରସ ସଂଯୋଜକ ଶ୍ରୀ ରତ୍ନାକର ପ୍ରଧାନ, ଜାତୀୟ ସେବା ଯୋଜନା ଅଧିକାରୀ ଡ଼କ୍ଟର ପ୍ରଦୀପ କୁମାର ପଣ୍ଡା ଓ ଶ୍ରୀମତୀ ସାଗରିକା ଦାଶ ଙ୍କ ସମେତ ଅନେକ ଅଧ୍ୟାପକ, ଅଧ୍ୟାପିକା ଅଣ କର୍ମଚାରୀ, ଛାତ୍ରଛାତ୍ରୀ ତଥା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଆଜିର କାର୍ଯ୍ୟକ୍ରମ ର ପ୍ରାରମ୍ଭ ଓ ଶେଷ ସଂଗୀତ +3 ପ୍ରଥମ ବର୍ଷର ଛାତ୍ରୀ ସୁଶ୍ରୀ ସୁମିତ୍ରା ଘୋଷ ଗାନ କରିଥିଲେ । ପରିଶେଷରେ ଗଣିତ ବିଭାଗର ଅଧ୍ୟାପିକା ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
୨୭ ମାର୍ଚ୍ଚ ରୁ ୨ ଏପ୍ରିଲ ସାତ ଦିନ ବ୍ୟାପି ବ୍ରହ୍ମପୁର ମହୋତ୍ସବ l
ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା