ଭୁବନେଶ୍ୱର, (ଆମ ଓଡିଶା ଖବର):ବିଶ୍ୱ ମହିଳା ଦିବସ ଉପଲକ୍ଷେ ଭୁବନେଶ୍ୱର ୫୩ ନମ୍ବର ୱାର୍ଡର ମା’ବୈଷ୍ଣୋବି ମହିଳା ମହାସଂଘ ପକ୍ଷରୁ ଏସଏଚଜି ଗ୍ରୁପ ମହିଳା ମାନଙ୍କୁ ନେଇ ବାର୍ଷିକ ଉତ୍ସବ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ୫୩ ନମ୍ବର ୱାର୍ଡ ର କର୍ପୋରେଟର ମହାମାୟା ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ମହିଳା ସଶକ୍ତିକରଣ ତଥା ମହିଳା ମାନଙ୍କ ନିମନ୍ତେ ସମାଜ ଉପଯୋଗୀ ବାର୍ତ୍ତା ରଖିଥିଲେ । ସନମାନିତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ଡେପୁଟି ମେୟର ମଞ୍ଜୁଲତା କଅଁର ଯୋଗଦେଇ ଏହି ଦିବସରେ ସମାଜ ପ୍ରତି ମହିଳା ମାନଙ୍କ ଅବଦାନକୁ ନେଇ ବେଶ ହୃଦୟସ୍ପର୍ଶୀ ଅଭିଭାଷଣ ରଖିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସଫଳତା ପାଇଥିବା ମହିଳା ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ କୁନିକୁନି ପିଲାଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଭିନ୍ନ ଢଙ୍ଗରେ ଏକ ରାମ୍ପ-ସୋ ପରିବେଷଣ ହୋଇଥିବା ବେଳେ ମହିଳା ମାନଙ୍କ ଦ୍ୱାରା ଏକ ଭିନ୍ନ ସ୍ୱାଦର ନାଟକ ପରିବେଷଣ କରାଯାଇଥିଲା । ନାଟକର ନିର୍ଧେଶକ ଶଶୀ ଶେଖର ପଣ୍ଡାଙ୍କ ବଳିଷ୍ଠ ନିର୍ଧେଶନାରେ ଅନୁଷ୍ଠିତ ନାଟକ “ଆମେ ସବୁ ମରି ସାରିଛୁ” ରେ ବିଶେଷ ଭୂମିକା ନିଭେଇଥିଲେ ସୁଜ୍ଞାନୀ ପରିଡା (ସତ୍ୟ), ସୁଷମା ମିଶ୍ର (ଶ୍ରାବଣୀ), ଏବଂ ଅନ୍ୟମାନେ । ନାଟକ ଟିକୁ ଶହ ଶହ ସଂଖ୍ୟାରେ ମହିଳା ଉପଭୋଗ କରିଥିବା ବେଳେ ସମ୍ପୂର୍ଣ କାର୍ଯ୍ୟକ୍ରମକୁ ନେଇ ବେଶ ଉତ୍ସାହିତ ଥିଲେ ଦର୍ଶକ ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
୨୭ ମାର୍ଚ୍ଚ ରୁ ୨ ଏପ୍ରିଲ ସାତ ଦିନ ବ୍ୟାପି ବ୍ରହ୍ମପୁର ମହୋତ୍ସବ l
ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ