ଗୁଜରାଟୀ ଗୁରୁ ଗିରଫ, ଧର୍ମ, ଆଧ୍ୟାତ୍ମିକ ପ୍ରବଚନ ନାରେ ଟଙ୍କା କେଳଙ୍କାରିରେ ଲିପ୍ତ ଥିଲେ।

ଗୁଜୁରାଟ: “ଆମ ଓଡିଶା ଖବର” ଧର୍ମ, ପ୍ରବଚନ ଓ ଆଧ୍ୟାତ୍ମିକତା ନାଁ ରେ କେତେ ପ୍ରକାର ୨ ନମ୍ବରି ଓ ଜାଲି କାମ ଏ ଦେଶରେ ଚାଲିଛି, ତାର ଆଉ ଗୋଟାଏ ତାଜା ପ୍ରମାଣ ମିଳିଲା ଗୁଜରାଟରୁ, ସୁରଟର ‘ସତ୍ୟ ଯୋଗ ଫାଉଣ୍ଡେସନ’ ସଂସ୍ଥାର ମୁଖିଆ ପ୍ରଦୀପ ଜୋଟାଙ୍ଗିଆ ଓ ତା ଗ୍ୟାଙ୍ଗ୍‌କୁ ୨ କୋଟି ଟଙ୍କାରୁ ଅଧିକ ଜାଲ୍ ନୋଟ୍ ସହିତ ଗିରଫ କରାଯାଇଛି। ଯୋଗ ଗୁରୁ ନାଁ ରେ ସେ ଚଳାଇଥିବା ଅସଲ କଳା କାରବାର ଧରା ପଡ଼ିଯାଇଛି। ନୋଟ୍‌ର ଡିଜାଇନ୍‌କୁ ଅଧିକ ସ୍ପଷ୍ଟ କରିବା ଏବଂ ଅଲଗା ଅଲଗା ସିରିଏଲ୍ ନମ୍ବର ତିଆରି କରିବା ପାଇଁ ଏହି ସୁସଂଗଠିତ ଗ୍ୟାଙ୍ଗ ଚାଟଜିପିଟି ର ସାହାଯ୍ୟ ନେଉଥିଲା। ଏମାନେ ୫୦୦ ଟଙ୍କା ବଦଳରେ ୧୫୦୦ ଟଙ୍କାର ଜାଲ୍ ନୋଟ୍ ବିକ୍ରି କରୁଥିଲେ। ୨ କୋଟି ଟଙ୍କାର ଜାଲ୍ ନୋଟ୍ ବଦଳରେ ୬୬ ଲକ୍ଷ ଟଙ୍କାର ଡିଲ୍ ସ୍ଥିର ହୋଇଥିଲା ବେଳେ ପୋଲିସ ସୂଚନା ପାଇ ମାଡ଼ି ବସିଲା।ସୁରଟରୁ ଅହମ୍ମଦାବାଦକୁ ନୋଟ୍ ପଠାଉଥିବା ସମୟରେ ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ବ୍ୟବହାର କରୁଥିବା ଗୋଟିଏ ଏସୟୁଭି ଗାଡ଼ିକୁ ମଧ୍ଯ ଜବତ କରାଯାଇଛି,ଯେଉଁଥିରେ ‘ଭାରତ ସରକାର’ ଏବଂ ‘ଆୟୁଷ ମନ୍ତ୍ରଣାଳୟ’ର ଷ୍ଟିକର ଲଗାଯାଇଥିଲା।
ଓଡିଶାରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!