ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ l

କୋଦଳା, (ଆମ ଓଡିଶା ଖବର):କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ “ଭାରତରେ ସଂଘୀୟ ବ୍ୟବସ୍ଥା ଏବଂ କେନ୍ଦ୍ର – ରାଜ୍ୟ ସମ୍ପର୍କ “ବିଷୟବସ୍ତୁ କୁ ନେଇ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଶ୍ରୀମାନ ସପନ କୁମାର ଦାଶ ଉପସ୍ଥିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପାଠଚକ୍ର ର ଆଭିମୁଖ୍ୟ ସମ୍ପର୍କେ ରାଜନୀତିବିଜ୍ଞାନ ବିଭାଗର ଅଧ୍ୟାପକ ତଥା ଆଜିର କାର୍ଯ୍ୟକ୍ରମ ର ଆବାହକ ଶ୍ରୀ ଲିପୁନ ମାଝୀ କହିଥିଲେ । ସାଧନାକର୍ମୀ ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ରାଜନୀତିବିଜ୍ଞାନ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ତଥା ମହାବିଦ୍ୟାଳୟ ବିକାଶ ପରିଷଦ ର ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ବିଷ୍ଣୁ ଚରଣ ଚୌଧୁରୀ ଯୋଗଦେଇ ଭାରତରେସଂଘୀୟ ବ୍ୟବସ୍ଥା ଓ କେନ୍ଦ୍ର ରାଜ୍ୟ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ତଥା ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଶ୍ରୀମତୀ ଡ଼ି. ରତ୍ନମାଳା ପାତ୍ର ଯୋଗ ଦେଇ ସଂଘୀୟ ବ୍ୟବସ୍ଥା ର ବିଭିନ୍ନ ଦିଗ ବିଷୟରେ କହିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ସମ୍ବିଧାନର ବିଭିନ୍ନ ଧାରା ସହ ଭାରତରେ କେନ୍ଦ୍ର ରାଜ୍ୟ ସମ୍ପର୍କ ବିଷୟରେ ସୂଚନା ଦେଇଥିଲେ । ଏକାଡେ଼ମିକ ବରସର ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ରଞ୍ଜୁବାଳା ନନ୍ଦ ଆଜିର କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ତପସ୍ୱିନୀ କରଣ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭିକ ସଂଗୀତ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ପାଢ଼ୀ ଓ ଅନ୍ତିମ ସଂଗୀତ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ସୁଶ୍ରୀ ତପସ୍ୱିନୀ ସାହୁ ଗାନ କରିଥିଲେ । ଯୁକ୍ତ ତିନି ପ୍ରଥମ, ଦ୍ୱିତୀୟ ଓ ଶେଷ ବର୍ଷ ର ଅନେକ ଛାତ୍ରଛାତ୍ରୀ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନା କରିଥିଲେ ଓ ସେମାନଙ୍କୁ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମ କୁ ଯୁକ୍ତ ତିନି ରାଜନୀତି ବିଜ୍ଞାନ ବିଭାଗର ଶେଷବର୍ଷ ଛାତ୍ର ଶ୍ରୀ ପ୍ରଦୀପ ନାହାକ ଏବଂ ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ଜ୍ୟୋତିପ୍ରଭା ସେଠୀ ପରିଚାଳନା କରିଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!