ଭୁବନେଶ୍ବରରେ ଯୋଗାଣ ବିଭାଗର ବଡ଼ ଧରଣର ରେଡ୍।

ଭୁବନେଶ୍ୱର: “ଆମ ଓଡ଼ିଶା ଖବର” ଓଡିଶାର ଗ୍ୟାସ ଡିଲର ମାନେ ବେଆଇନ୍ ଭାବେ ୩ ହଜାରରୁ ୪ ହଜାର ପର୍ଯ୍ୟନ୍ତ କଳାବଜାରୀ କରୁଥିବା କଥା ସାଧାରଣ ଜନତାଙ୍କ ସ୍ୱର, ପଦାରେ ଘୁରି ବଲୁଥିବା ବେଳେ, ଏଠି ପ୍ରଶ୍ନ ଉଠୁଛି, ଦଲାଲ ମାନେ ଏତେଗୁଡିଏ ଗ୍ୟାସ ହାଣ୍ଡି ବେଆଇନ୍ ଭାବେ ପାଇଲେ କେମିତି ଆଉ ଏତେଗୁଡିଏ ଗ୍ୟାସ ଗଚ୍ଛିତ କଲେ କେମିତି। ଏଥିରେ ଡିଲର ଆଉ ଚୋରା ବେବସାଇ ହାତ ମିଳାଇ ଥିବା ସନ୍ଦେହ ହେଉଛି। ଯୋଗାଣ ଭିଭାଗ ପ୍ରଥମେ ଦେଖିବା ଦରକାର, ଗ୍ୟାସ ଚୋରା କାରବାର ଚେର କେଉଁଠୁ ଲମ୍ବିଛି। ପ୍ରଥମେ ଯୋଗାଣ ବିଭାଗ ତାକୁ ଖୋଜିବା ନିହାତି ଜରୁରି। ଆସନ୍ତୁ ଜାଣିବା ଘଟଣା ସମ୍ପର୍କରେ। ଯୋଗାଣ ବିଭାଗ ଜାଣିବାକୁ ପାଇଥିଲା ୧୫୦ରୁ ଊର୍ଦ୍ଧ୍ବ ଗ୍ୟାସ୍ ସିଲିଣ୍ଡର ଚୋରା ବେପାର ହେଉଛି, ସେଠାରେ ପହଞ୍ଚି ଜବତ କରିଛି, ଖୋର୍ଦ୍ଧା ଜିଲ୍ଲାର ଯୋଗାଣ ବିଭାଗ। ଘଟଣାଟି ହେଉଛି, ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ପାଖରେ ଥିବା ଏକ ଘରୁ ଜବତ ହୋଇଛି ଶତାଧିକ ଗ୍ୟାସ୍ ସିଲିଣ୍ଡର। ଜବତ ହୋଇଥିବା ଗ୍ୟାସ୍ ସିଲିଣ୍ଡର ମଧ୍ୟରେ ଘରୋଇ ଓ କମର୍ସିଆଲ୍ ସିଲିଣ୍ଡର ଦଲାଲଙ୍କ କବ୍ଜାରେ। ଯୋଗାଣ ବିଭାଗ ପହଞ୍ଚିବା ଖବର ପାଇ ଦଲାଲ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଦର୍ଶକ ବନ୍ଧୁ ଚିତ୍ରକୁ ଟିକେ ନଜର କରନ୍ତୁ, ଅସାଧୁ ବେବସାଇ ଙ୍କର କାର୍ଯ୍ୟ କଳାପ। ଚୋରା ବ୍ୟବସାୟୀ ଲୁଚାଇ ରଖି ୪ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବିକୁଥିଲେ।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!