ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ।

ଜଟଣୀ: ଆମ ଓଡ଼ିଶା ଖବର” ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା ଜାଗୁଳାଇଙ୍କ ଶକ୍ତିପୀଠରେ ଚାଲିଥିବା ବାସନ୍ତିକ ଦୁର୍ଗାପୂଜାରେ ମା ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଲେ। ନବରାତ୍ର ମହୋତ୍ସବ ନବମୀ ତିଥିରେ ସାଲା ମଣ୍ଡନ ସୂର୍ଯ୍ୟ ପୂଜା କାରାଯାଇ ମାଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଘଣ୍ଟ କୀର୍ତନ ତାଳେତାଳେ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ନଗର ପରିକ୍ରମା ବାହାରିଥିଲେ l ଗ୍ରାମର ସମସ୍ତ ଦେବଦେବୀ ତଥା ହରିଜନ ସାହି ମା ମଙ୍ଗଳା, ଗ୍ରାମ ମୁଖ୍ୟଦେବତା ପତିତପାବନ , ସହ ଭେଟ ହୋଇ ମା” ବଡ଼ଭଉଣୀ ଗଡ଼ ବଘେଇ ପାଖକୁ ଯାଇଥିଲେ l ସେଠାରେ ଗଡବଘେଇଁ କମିଟିର ମୁଖ୍ୟ ଲୁସେନ ରାୟ , ବାବୁଲା ଛୋଟରାୟ , ସୁମନ୍ତ ବଳିୟା୍ରସିଂ ଓ କମିଟିର ଅନ୍ୟ ସଭ୍ୟ ମାନେ ମା“ଙ୍କ ସାଥିରେ ଆସିଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପାଛୋଟି ନେଇଥିଲେ l ପଣା ପାଣି ମାଧ୍ୟାର୍ହ୍ନ ପ୍ରସାଦ ସେବନ ଆୟୋଜନ କରିଥିଲେ l ସନ୍ଧ୍ୟାରେ ଫେରିବା ବାଟରେ ମା ମଙ୍ଗଳା ଓ ଖଣ୍ଡୁଆଳ ଙ୍କ ସହ ଭେଟ ହୋଇ ମନ୍ଦିର ପ୍ରତ୍ୟାବର୍ତନ କରିଥିଲେ l ସନ୍ଧ୍ୟା ସ୍ନାନ ପରେ ଚିତ୍ରକର ବିଜୟକୁମାର ପଣ୍ଡା ଙ୍କ ଦ୍ୱାରା ମା ସିଦ୍ଧିଦାତ୍ରୀ ବେଶ କରାଯାଇ ଦର୍ଶନ ଦେଇଥିଲେ l ଷୋଡଶ ଉପଚାର ପୂଜା, ଶପ୍ତ ସତୀ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା l ଆସନ୍ତା କାଲି ଶୁକ୍ରବାର ସନ୍ଧ୍ୟା ରେ ପୂର୍ଣ୍ଣାହୁତି ପରେ ସମୂହ ପ୍ରସାଦସେବନ ଆୟୋଜନ କରାଯିବ ବୋଲି ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି l କାର୍ଯ୍ୟକ୍ରମକୁ ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି, ସଭାପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ , ପବିତ୍ର ମୋହନ ଚାଇନା , ନିତ୍ୟସେବକ ସୁନୀଲ ମହାନ୍ତି, ପୂର୍ଣଚନ୍ଦ୍ର ସାହାଣୀ , ବିନୋଦ ଦାସ , ରାମଚନ୍ଦ୍ର ସାହୁ , ଜିତେନ୍ଦ୍ର ଜେନା, ବିନୋଦ ଦାସ , ଚର୍ଚ୍ଚିଲ ଦାସ , ନାଗଭୂଷଣ ରାୟ , ସୁଶାନ୍ତ ମହାପାତ୍ର , ବାଉରୀବନ୍ଧୁ ସାହାଣୀ , ପ୍ରଶନ ସୁନ୍ଦରାୟ ,ଚଟୁ କର, ବିକାଶ ବେହେରା, ଦିପୁ ପାଲ , ରାଜ ରଣସିଂ, ଜଗରନାଥ ବାରିକ ସମେତ ଗ୍ରାମବାସୀ ଙ୍କ ସହଯୋଗ ରେ ପରିଚାଳନା ହୋଇଥିଲା l ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!