ଖୋରଧା: “ଆମ ଓଡିଶା ଖବର” ୨୭ ମାର୍ଚ୍ଚରେ ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ୍ ତରଫରୁ ଶ୍ରୀରାମ ନବମୀ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଶ୍ରୀ ଚୈତନ୍ଯ ବିହାର ପରିସରରେ। ଅଯୋଧ୍ୟା ବିହାରୀ ଶ୍ରୀ ରଘୁନାଥ ଙ୍କର ଶୁଭ ଆବିର୍ଭାବରେ ଶ୍ରୀ ରାମ ନବମୀ ପାଳିତ ହୋଇଯାଇଛି। ପ୍ରାତଃରୁ ମନଳ୍ ଆରତି, ମଦ୍ଧ୍ୟାହ୍ନରେ ଆବିର୍ଭାବ ଅଭିଷେକ ଅନୁଷ୍ଠିତ ହୋଇଥିଲା।ଶ୍ରୀ ରାମ ଚରିତ ମାନସ ପାରାୟଣ୍ ପରେ, ଉତ୍ସବରେ ଯୋଗଦାନ କରିଥିବା, ଅବସର ପ୍ରାପ୍ତ ସଂକୃତି ତଥା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦୁର୍ଗା ଚରଣ ନାୟକ, ପଣ୍ଡିତ ଗୋପବନ୍ଧୁ ପଣ୍ଡା, ଜନାକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଯୋଗଦେଇ, ମଯ୍ୟାଦା ପୂରୂଷୋତ୍ତମ ଶ୍ରୀରାମଙ୍କ ଗୁଣାବଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏତଦବ୍ୟତୀତ ଏହି କାର୍ୟ୍ଯକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀବୋଧାୟନ୍ ମହାରାଜ, ଅନନ୍ତ ହରି ମହାରାଜ, ବନମାଳି ଦାସ ଯୋଗଦେଇ ଥିଲେ। କର୍ୟକ୍ରମକୁ ସଂଘ ସମ୍ପାଦକ ଶ୍ରୀ ଜୟ ନାରାୟଣ ପଟ୍ଟନାଯକ ସଂଜୋଯନା କରିଥିଲେ।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
ମାଙ୍କ ମହିଁସା ମର୍ଦିନୀ ବେଶରେ ଦର୍ଶନ ପରେ, ନବରାତ୍ର ମହୋତ୍ସବ ଉଦଯାପିତ।
ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ।