ମାଙ୍କ ମହିଁସା ମର୍ଦିନୀ ବେଶରେ ଦର୍ଶନ ପରେ, ନବରାତ୍ର ମହୋତ୍ସବ ଉଦଯାପିତ।

ଜଟଣୀ: “ଆମ ଓଡିଶା ଖବର” ୨୭ ମାର୍ଚ୍ଚ, ସ୍ଥାନିୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି  ମା ଜାଗୁଳାଇଙ୍କ ଶକ୍ତିପୀଠରେ ଚାଲିଥିବା  ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ବିଜୟାଦଶମୀରେ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା କାରାଯାଇ ସଂଧ୍ୟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା। ଆଜି ମା ମହିଂସା ମର୍ଦିନୀ ବେଶରେ ଦର୍ଶନ ଦେଇଥିଲେ, ପରେ ସାମୁହିକ ପ୍ରସାଦସେବନ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା। ଆଖପାଖ ଅଞ୍ଚଲର ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମିଥିଲେ। ବିଦ୍ରୋହୀ କ୍ରିକେଟ କ୍ଲବ ସଦସ୍ୟ,  ବଜରଙ୍ଗୀ ସେବା ସଂଘ, ମା ଜାଗୁଳେଇ କ୍ୟା୍ଟେରିଙ୍ଗ ସର୍ଭିସ ଓ ଗ୍ରାମର ଭିଭିର୍ନ କ୍ଲବର ସଦସ୍ୟ ମାନେ ପ୍ରସାଦ ପରଷିବାରେ ସହଯୋଗ କରିଥିଲେ। ବିଭିର୍ନ ରାଜନୈତିକ ଦଳର ବିଶିଷ୍ଟ ନେତୃବୃନ୍ଦ ମାଙ୍କ ଦର୍ଶନ କରିଥିଲେ। ଚିତ୍ରକର ବିଜୟ ପଣ୍ଡା ପ୍ରତ୍ୟେକ ସନ୍ଧ୍ୟାରେ ବେଶ କରୁଥିବା ବେଳେ ହରେକୃଷ୍ଣ ମଙ୍ଗରାଜ ଓ ତାଙ୍କ ଧର୍ମପତ୍ନୀ ରାନୁବାଳା ମଙ୍ଗରାଜ କର୍ତ୍ତା କର୍ତ୍ତୀ ଭାବେ ଦାଇତ୍ୱ ତୁଲାଇଥିଲେ। ସେନାପତି ଟେଣ୍ଡ ହାଉସ ନିଃଶୁଳ୍କ ସେବା ଯୋଗାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା, ସମ୍ପାଦକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି, ସଭାପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ , ପବିତ୍ର ମୋହନ ରଣସିଂହ, ନିତ୍ୟସେବକ ଚଟୁ କର , ଗଣେଶ ସ୍ୱାଇଁ, ପୂର୍ଣଚନ୍ଦ୍ର ସାହାଣୀ, ବିନୋଦ ଦାସ , ରାମଚନ୍ଦ୍ର ସାହୁ, ଜିତେନ୍ଦ୍ର ଜେନା, ଶଶିକାନ୍ତ ମହାପାତ୍ର, ସୁନୀଲ ମହାନ୍ତି , ସତୀଶ ପରିଡା , ଚର୍ଚ୍ଚିଲ ଦାସ , ବିନୋଦ ଦାସ, ବିକାଶ ବେହେରା, ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍, ଦିପୁ ପାଲ, ବୁଦ୍ଧିଆ, ବିବେକ ଦଳେଇ, କୃତିବାସ ପୃଷ୍ଟି , ଜଗରନାଥ ବାରିକ ସମେତ ଗ୍ରାମବାସୀ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।                                                                                ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!