ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

କୋଦଳା, (ଆମ ଓଡିଶା ଖବର ):କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ବିଜ୍ଞାନ ବିଭାଗ ତରଫରୁ ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଅଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଦବୋଧନ ଦେଇ ସେମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ । ଅନ୍ତର୍ନିହିତ ଗୁଣାବଳୀ ବର୍ଧକ ସଂଯୋଜକ ଶ୍ରୀମାନ ସପନ କୁମାର ଦାଶ ନିଜ ନିଜର ଲକ୍ଷ୍ୟ ହାସଲ କରିବା ଦିଗରେ ବ୍ରତୀ ହେବା ନିମନ୍ତେ ଉପସ୍ଥିତ ଛାତ୍ର ଓ ଛାତ୍ରୀ ଙ୍କୁ କହିଥିଲେ । କାର୍ଯ୍ୟକ୍ରମ ର ଆବାହକ ଗଣିତ ବିଭାଗର ବିଭାଗୀୟ ମୁଖ୍ୟ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ବିଭିନ୍ନ ଉପାଦେୟ ବାର୍ତ୍ତା ଦେଇଥିଲେ। ଆଜିର କାର୍ଯ୍ୟକ୍ରମ ରେ ପ୍ରାଣୀ ବିଜ୍ଞାନ ର ବିଭାଗୀୟ ମୁଖ୍ୟ ଶ୍ରୀମତୀ ଅପରାଜିତା ପାତ୍ର, ଉଦ୍ଭିଦ ବିଜ୍ଞାନ ର ବିଭାଗୀୟ ମୁଖ୍ୟ ବର୍ଷାରାଣୀ ମହାନ୍ତି, ପଦାର୍ଥ ବିଜ୍ଞାନର ବିଭାଗୀୟ ମୁଖ୍ୟ ଶ୍ରୀ ରତ୍ନାକର ପ୍ରଧାନ, ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ମନୀଶା ପଟ୍ଟନାୟକ,ଅଧ୍ୟାପକ ଶ୍ରୀ ଭବାନୀଶଙ୍କର ଆଚାର୍ଯ୍ୟ, କେଶବ ଚନ୍ଦ୍ର ପାଳ,କାହ୍ନୁ ଚରଣ ପାଳ ଓ ଅଧ୍ୟାପିକା ସୁଶ୍ରୀ ଭୁବନେଶ୍ୱରୀ ରାୟସାମନ୍ତ ଆଦି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷା ନିମନ୍ତେ ପ୍ରେରଣା ଦେବା ସହ ସେମାନଙ୍କ ର ଭବିଷ୍ୟତ ମଙ୍ଗଳ କାମନା କରିଥିଲେ।ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ନିଜ ନିଜର ତିନି ବର୍ଷର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପରିଶେଷରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ରସାୟନ ବିଜ୍ଞାନ ବିଭାଗ ଛାତ୍ର ଶ୍ରୀ ରୋଶନ କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିବା ସହ ସଭାସାଙ୍ଗ କରଯାଇଥିଲା।

ରିପୋର୍ଟ:ଦେବାଶିଷ ମହାରଣା

error: Content is protected !!