କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l

ବେଗୁନିଆପଡା (ଖବର):ଗଞ୍ଜାମ ଜିଲ୍ଲା କୋଦଳା ଓକିଲ ସଙ୍ଘ ନିର୍ବାଚନ ଫଳ ପ୍ରକାଶ ପାଇଥିବା ସୂଚନା ମିଳିଛି। ସଭାପତି ଭାବେ ପୂର୍ଣଚନ୍ଦ୍ର ମିଶ୍ର ଲଗାତାର ପଞ୍ଚମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଉପ ସଭାପତି ଭାବେ ଅବନୀ ଶଙ୍କର ମିଶ୍ର ଏବଂ ଯୁଗ୍ମ ସମ୍ପାଦକ ଭାବେ ଭାସ୍କର ସ୍ୱାଇଁ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚନ ନିର୍ଦ୍ବନ୍ଦ ଜିତିଛନ୍ତି । କେବଳ ସମ୍ପାଦକ ପଦ ପାଇଁ ଗୋପାଳ କୃଷ୍ଣ ସାହୁ ଏବଂ ସନ୍ୟାସୀ ସାହୁଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିବାବେଳେ ଗୋପାଳ ସାହୁ ବାଜି ମାରିନେଇଥିଲେ। ମୋଟ ୪୦ ଜଣ ଓକିଲ ସଦସ୍ୟ ଭୋଟ ଦେଇଥିବାବେଳେ ଗୋପାଳନକୁ ୩୬ଟି ଭୋଟ ଏବଂ ସନ୍ୟାସୀଙ୍କୁ ମାତ୍ର ୪ ଖଣ୍ଡ ଭୋଟ ମିଳିଥିଲା । କୋଦଳା ତହସିଲ ଅଧୀନରେ ଥିବା ସମସ୍ତ ପଂଚାୟତ କୋଦଳା କୋର୍ଟ ଅଧୀନକୁ ପୁନଃ ଆଣିବା ପାଇଁ ଆମର ପ୍ରାଥମିକତା ରହିବ ବୋଲି ନୂତନ ନିର୍ବାଚିତ ସଭାପତି ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । କୋର୍ଟର ପରିସର ବଢାଇବା ସହିତ ନୂତନ କୋଠା ନିର୍ମାଣକୁ ସମସ୍ତ ନିର୍ବାଚିତ ଆଇନଜୀବୀ ଗୁରୁତ୍ୱ ଦେଇଥିଲେ । ଏଥିରେ ବରିଷ୍ଠ ଓକିଲ ପ୍ରଫୁଲ୍ଲ କୁମାର ମିଶ୍ର, ଯଜ୍ଞ ନାରାୟଣ ପତି, ସ୍ବପ୍ନ କୁମାର ମିଶ୍ର,ମାନସ କୁମାର ମିଶ୍ର, ନୀଳମଣି ପଣ୍ଡା, ଏବଂ ଏକମାତ୍ର ମହିଳା ଓକିଲ ସ୍ଵର୍ଣ୍ଣଲତା ପାଣି ସମେତ ସମସ୍ତ ଓକିଲ ଯୋଗଦେଇ ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ଶୁଭେତ୍ସା ଜ୍ଞାପନ କରିଥିଲେ । ନିର୍ବାଚନ ଅଧିକାରୀ ଭାବେ ବାଳକୃଷ୍ଣ ପଣ୍ଡା ଏବଂ ସହକାରୀ ଭାବେ ରତିକାନ୍ତ ମହାରଣା ଏବଂ ବାମଦେବ ପଣ୍ଡା ନିର୍ବାଚନ ପରିଚାଳନା କରିଥିଲେ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!