ଷଣ୍ଢମୂଳରେ ଆସ ସ୍କୁଲ ଯିବା ଅଭିଯାନ ଅନୁଷ୍ଠିତ l

ବେଗୁନିଆପଡ଼ା(ଆମ ଓଡିଶା ଖବର):ବିକଶିତ ଓଡ଼ିଶା ଗଠନ ପାଇଁ ଗୁଣାତ୍ମକ ଶିକ୍ଷାକୁ ସାକାର କରିବା ନିମନ୍ତେ ଶିଶୁ ବାଟିକା ତଥା ଛଅ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ପ୍ରଥମ ଶ୍ରେଣୀରେ ନାମ ଲେଖେଇବା ନିମନ୍ତେ “ଆସ ସ୍କୁଲ ଯିବା ଅଭିଯାନ” ଆଜି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟ ରଞ୍ଜନ ବିଶ୍ଵାଳ, ଗୋଷ୍ଠୀ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ, ପ୍ରଧାନ ଶିକ୍ଷକ ଶ୍ରଦ୍ଧା ରଞ୍ଜନ ରାୟ ଏବଂ ସରପଞ୍ଚ ପ୍ରଶାନ୍ତ କୁମାର ପରିଡ଼ା ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ଘରକୁ ଘର ବୁଲି ବିଦ୍ୟାଳୟକୁ ପ୍ରବେଶ ଉତ୍ସବ ଦିନ ଆସି ନିଜ ନିଜର ପିଲା ମାନଙ୍କର ନାମ ଲେଖାଇବା ନିମନ୍ତେ ଅଭିଭାବକ ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଏଥିସହିତ କୁନି କୁନି ପିଲା ମାନଙ୍କୁ ଫୁଲ ଏବଂ ଚକେଲେଟ ବାଣ୍ଟି ଥିଲେ । ଏଥିରେ ସହକାରୀ ଶିକ୍ଷକ ସୁରେଶ କୁମାର ବାରିକ, ସୁଧୀର କୁମାର ବେହେରା ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!