ଚିକିଲି କଲ୍ୟାଣ ମଣ୍ଡପ ପରିସରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଅନୁଷ୍ଠିତ l

ଖଲ୍ଲିକୋଟ, (ଆମ ଓଡିଶା ଖବର):
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି କଲ୍ୟାଣ ମଣ୍ଡପ ପରିସରରେ ଆଜି ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ଘୁମୁସର ସାଙ୍ଗଠନିକ ଜିଲ୍ଲା ର ଉପସଭାପତି ଅରୁଣ କୁମାର ଖୁଣ୍ଟିଆ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବିଜେପି ଆସ୍କା ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ଆସ୍କା ଘୁମୁସର ଜିଲ୍ଲା ଉପ ସଭାପତି ସ୍ୱପ୍ନା କୁମାରୀ ପ୍ରଧାନ, ଆସ୍କା ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଯଜ୍ଞ ନାରାୟଣ ଦାଶ, ଚିକିଲି ତାଳପଡ଼ା ମଣ୍ଡଳ ସଭାପତି ଶମ୍ଭୁ ପ୍ରଧାନ, ଦାନପୁର ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ, ସୁନୀଲ ମହାକୁଡ଼, ନାଇକାଣୀପଲ୍ଲୀ ସରପଞ୍ଚ ମିଥୁନ ଖୁଣ୍ଟିଆ,ବରିଷ୍ଠ ବିଜେପି ନେତା ନିରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଥିଲେ । ପ୍ରଥମେ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ବ କରିଥିଲେ । ପରେ ସଂଗଠନ କୁ କିପରି ଆହୁରି ମଜବୁତ କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ବିଜେପି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ବାଣିଆ -ତାଳପଡା ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!