ଟାଙ୍ଗୀ :ଗାୟତ୍ରୀ ପବ୍ଲିକ ସ୍କୁଲ ଉଦଘାଟିତ l

ଚାପ ମୁକ୍ତ ଶିକ୍ଷାଦାନ ହେବା ଦରକାର : ଟାଙ୍ଗୀ ଥାନା ନିରୀକ୍ଷକ ଖୋରଧା ଜିଲ୍ଲାର ଟାଙ୍ଗୀ ସଦରମହକୁମାରେ ଉଦଘାଟିତ ହୋଇଛି ଇଂରାଜୀ ମାଧ୍ୟମିକ ଗାୟତ୍ରୀ ପବ୍ଲିକ ସ୍କୁଲ । ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଏ.ବି.ଓ ରବୀନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଟାଙ୍ଗୀ ଓକିଲ ସଂଘର ସଭାପତି ସୁରେନ୍ଦ୍ର ବେହେରା , ଟାଙ୍ଗୀ ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ରଣା , ଆକ୍ସିସ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଅଂଶୁମାନ ଦାସ  । ଗାୟତ୍ରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ପ୍ରତାପ ଚନ୍ଦ୍ର ପଲେଇ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜି ଇଂରାଜୀ ମାଧ୍ୟମିକ ଗାୟତ୍ରୀ ପବ୍ଲିକ ସ୍କୁଲର ଉଦଘାଟିତ କାର୍ଯ୍ୟକ୍ରମରେ ଆଶାତୀତ ଭାବେ ଅଭିଭାବକମାନେ ନିଜ ନିଜର ଶିଶୁ ମାନଙ୍କୁ ଏହି ଶିକ୍ଷା ଅନୁଷ୍ଠାନରେ  ଶିକ୍ଷା ଗ୍ରହଣ କରିବା ପାଇଁନାମ ଲେଖାଇଥିଲେ ।

ଗାୟତ୍ରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ପ୍ରତାପ ଚନ୍ଦ୍ର ପଲେଇ ନିଜର ଉଦ୍ୟମରେ ଆରମ୍ଭ କରିଥିବା ଏହି ଶିକ୍ଷା ଅନୁଷ୍ଠାନର ଭବିଷ୍ୟତ ଉଜ୍ୱଳମୟ ହେଉ ଏବଂ ଚାପ ମୁକ୍ତ ଶିକ୍ଷାଦାନ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭୁଜବଳ କହିଥିଲେ । ଗାୟତ୍ରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତାଙ୍କର ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ ଟାଙ୍ଗୀ ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ବେହେରା । ଗାୟତ୍ରୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତାଙ୍କୁ ମଣିଷ ଗଢ଼ା କାରଖାନାର ନିର୍ମାତା ବୋଲି ମୁଖ୍ୟବକ୍ତା ପ୍ରାକ୍ତନ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ନାୟକ କହିଥିଲେ । ଟାଙ୍ଗୀ ସଦରମହକୁମାରେ ଇଂରାଜୀ ଶିକ୍ଷା ଅନୁଷ୍ଠାନର ନିର୍ମାଣ ନିଶ୍ଚିତ ଭାବେ ଏ ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ସମ୍ମାନୀତ ଅତିଥି ତଥା ଟାଙ୍ଗୀ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ରଣା କହିଛନ୍ତି । ଶିକ୍ଷା ଗ୍ରହଣ କରୁଥିବା କୁନି କୁନି ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କ ପାଇଁ ବହୁ ଶିକ୍ଷଣୀୟ ଉପଦେଶ ପ୍ରଦାନ କରିଥିଲେ ସମ୍ମାନୀତ ଅତିଥି ତଥା ଆକ୍ସିସ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଅଂଶୁମାନ ଦାସ । ଉତ୍ତମ ପରିବେଶ ସାଙ୍ଗକୁ ଉତ୍ତମ ଶିକ୍ଷା ଦାନ ଏବଂ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କ ସହଯୋଗ ହିଁ ଗାୟତ୍ରୀ ପବ୍ଲିକ ସ୍କୁଲର ଭବିଷ୍ୟତ ହେବ ବୋଲି ଟାଙ୍ଗୀ ସାମ୍ବାଦିକ ସଂଘର ସମ୍ପାଦକ ସନ୍ତୋଷ ଚୈ।ଧୁରୀ କହିଛନ୍ତି । ଏହି ଶିକ୍ଷା ଅନୁଷ୍ଠାନର ଉତ୍ତୋରତର କାମାନା କରିଥିଲେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗଙ୍ଗାଧର ଦାସ । ଶେଷରେ ଟାଙ୍ଗୀ ଥାନା ନିରୀକ୍ଷକ ରବୀନ୍ଦ୍ର କୁମାର ଭୁଜବଳ ସମସ୍ତ ଶ୍ରେଣୀ ପ୍ରକୋଷ୍ଠ ପରିଦର୍ଶନ କରିବା ସହିତ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଚକୋଲେଟ ବଣ୍ଟନ କରିଥିଲେ । ସ୍କୁଲର ଅଧ୍ୟାପକ-ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

error: Content is protected !!