ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଖୋର୍ଦ୍ଧାଜିଲ୍ଲା ଗଣମାଧ୍ୟମ ପ୍ରତିନିଧିମାନେ ଦୁଃଖିତ।

ଖୋର୍ଦ୍ଧା: “ଆମ ଓଡ଼ିଶା ଖବର” ଖୋରଧାର ବରିଷ୍ଟ ସାମ୍ବାଦିକ ଅୟେସ କାନ୍ତ ମହାନ୍ତିଙ୍କ ବିୟୋଗରେ ଖୋର୍ଦ୍ଧାଜିଲ୍ଲା ଗଣମାଧ୍ୟମ ପ୍ରତିନିଧି ମାନେ ମର୍ମାହତ। ଅୟେସ ଜଣେ ଏକଧାରରେ ମେଳାପି, ଶାନ୍ତ ସରଳ ଓ ପର ଉପକାରୀ ମଣିଷ ଥିଲେ। ସାମ୍ବାଦିକ ଜଗତରେ ଆଗଧାଡ଼ିର ସମ୍ପାଦଦାତା। ତାଙ୍କର ବିୟୋଗରେ ପରିବାରବର୍ଗଙ୍କ ଠାରୁ ନେଇ ସାଙ୍ଗସାଥୀଙ୍କ ମହଲରେ ଅପୁରଣିୟ କ୍ଷତି ଘଟିଛି। ତାଙ୍କର ମୃତ୍ୟୁର ପୁର୍ବରୁ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଏବଂ ସେହିଠାରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା। ସେ ଆଜି ଆମ ପାଖରେ ଆଉ ନାହାଁନ୍ତି ଅଫେରା ରାଇଜକୁ ଚାଲିଗଲେ। ତାଙ୍କର ସୌଖିନ ଜୀବନକୁ କଟେଇଥିଲେ, କେବଳ ସାମ୍ବାଦିକ ଭାବେ ନୁହେଁ, ସେ ଜଣେ ଏକଧାରେ ସିନେମା ଡାଇରେକ୍ଟର ସହ ଉତ୍ତମ ଫୋଟ ଗ୍ରାଫର ମଧ୍ଯ ଥିଲେ। ତାଙ୍କର ଏକ ସାନଭାଇ ଏବଂ ବାପାଙ୍କର ମଧ୍ଯ ପୁର୍ବରୁ ଦେହାନ୍ତ ହୋଇଯାଇଛି। ମା ଏବଂ ଦୁଇଟି ଭଉଣୀମାନଙ୍କ ମଧ୍ଯରେ ଗୋଟିଏ ମାତ୍ର ବଡଭାଇ ଉଜ୍ଜ୍ବଳ ତାରକା ଭାବେ ସହୋଯାଗ କରୁଥିଲେ। ଭଗବାନ ତାଙ୍କ ସୀମିତ ପରିବାରକୁ ଧର୍ଯ୍ୟ ଦିଅନ୍ତୁ। ଗୋଟିଏ ବିଭାହିତ ଭଉଣୀ ଭିଣୋଇ ତାଙ୍କୁ ସହୋଯାଗ କରି ଆସୁଥିଲେ। ତାଙ୍କର ଭିଣୋଇ ସମସ୍ତ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଅୟେସ ଥିଲେ ଖୋର୍ଦ୍ଧା ଜିଲ୍ଲା ଓୟୁଜେର ଆଗଧାଡ଼ିର ସଦସ୍ୟ। ତାଙ୍କ ମୃତ୍ୟୁ ଖବର ଶୁଣି ଖୋର୍ଦ୍ଧାରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମୃତ୍ୟୁ ଖବର ପାଇ ଖୋର୍ଦ୍ଧାର ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ, ଓୟୁଡବ୍ଲୁଜେ ଖୋର୍ଦ୍ଧା ସଭାପତି ପ୍ରକାଶ ହାତୀ, ଖୋର୍ଦ୍ଧା ପ୍ରେସ କ୍ଲବ ସଭାପତି ଶୁଭ୍ରାଂଶୁ ସାମନ୍ତରାୟଙ୍କ ସମେତ ସମସ୍ତ ସାମ୍ବାଦିକ ଓ ସାମ୍ବାଦିକା, ଏବଂ ନେତାଙ୍କ ଠାରୁ ନେଇ ବନ୍ଧୁବାନ୍ଧବ, ପରିବାରବର୍ଗ, ସାଙ୍ଗ ସାଥି ଓ ବୁଦ୍ଧିଜୀବୀ ତାଙ୍କ ବାସଭବନ ଠାରେ ଉପସ୍ଥିତ ରହି ଶେଷଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁ ଶରୀରକୁ ପୁରୀ ସ୍ୱର୍ଗ ଦ୍ୱାର ରେ ସଂସ୍କାର କରାଯାଇଥିଲା।

ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।

error: Content is protected !!