କୋଦଳା,(ଆମ ଓଡିଶା ଖବର): କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ପକ୍ଷ ଉପଲକ୍ଷେ ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲି ଏବଂ ସଂଯୋଜିକା ଶ୍ରୀମତୀ ରଂଜୁବାଳା ନନ୍ଦଙ୍କ ତତ୍ତ୍ଵାବଧାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ୲ ଉକ୍ତ ଶିବିର ଟି ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଇ. ରାମଚନ୍ଦ୍ର ପାତ୍ର ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା ୲ ଏଥିରେ ନିମନ୍ତ୍ରିତ ଅତିଥି ଭାବେ କୋଦଳା ଏ.ଏସ .ଆଇ. ରାଜେନ୍ଦ୍ର କଅଁର, କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ସୂର୍ଯ୍ୟ ନାରାୟଣ ନାୟକ, ପୂରାତନ ଛାତ୍ର ତଥା ସାମ୍ବାଦିକ ସୂର୍ଯ୍ୟନାରାୟଣ ବଡୁ, ଯୁବ ରେଡ କ୍ରସ ସଂଯୋଜକ ଶ୍ରୀ ଜଗଦୀଶ ଚନ୍ଦ୍ର ପାଲ୍, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ବ୍ରହ୍ମପୁର ର ଔଷଧ ବିତରଣ ବିଭାଗର ଡଃ ଅବିନାଶ ରଥ, ନସିଂ ଅଫିସର ରିଙ୍କୁ ସାହୁ ,ବୈଷୟିକ ଅଧିକାରୀ ଶ୍ରୀକାନ୍ତ ବସନ୍ତିଆ, ଭଗବାନ ଵରଡ ଓ ଗୋପାଳ କୃଷ୍ଣ ସାହୁ ଏମାନଙ୍କ ଉପସ୍ଥିତି ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଜାତୀୟ ସେବା ଯୋଜନା, ୟୁବ ରେଡକ୍ରସ ଓ ସମର ଶିକ୍ଷାର୍ଥୀ ବାହିନୀ ର ଆନୁକୁଲ୍ୟରେ ,ମହାବିଦ୍ୟାଳୟ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ଙ୍କ ସହଯୋଗରେ ସ୍ଵେଚ୍ଛାସେବୀ ମାନଙ୍କ ଠାରୁ ୪୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ଆସ ବହିଟିଏ କିଣିବା ଦିବସ ପାଳିତ l
ବି.ନୁଆଁଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ l
ଆମ ପୋଷାକ ଆମ ପରିଚୟ ଦିବସ ପାଳିତ l