ଜିଲ୍ଲା (ଆମ ଓଡ଼ିଶା ଖବର) ତା ୧୨-୪-୨୬ଜଟଣୀ ବ୍ଲକ ଅନ୍ତର୍ଗତ ବୁଢଙ୍ଗରା ସ୍ଥିତ ଦାମୋଦର ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ରମେଶ ଚନ୍ଦ୍ର ସାମନ୍ତରାୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ବସନ୍ତ କୁମାର ମୁଦୁଲିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଷ୍ଟା ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ଦାସ ଯୋଗ ଦେଇଥିବାବେଳେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ସାରଥୀ ସୁବୁଦ୍ଧି ଉତ୍ସବରେ ସଭାପତିତ୍ୱ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତସିଂହାର ଯୋଗ ଦେଇଥିବାବେଳେ ଓଷ୍ଟାର ଉପଦେଷ୍ଟା ଅମ୍ବିକା ପ୍ରସାଦ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଖୋରଧା ଜିଲ୍ଲା ଓଷ୍ଟା ସମ୍ପାଦକ ସୁଧାକର ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ କିଶୋର ସୁବୁଦ୍ଧି, ଜଟଣୀ ବ୍ଲକ ସଭାପତି ସନ୍ତୋଷ କୁମାର ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ପଲାଇ, ଓଷ୍ଟା ବେଗୁନିଆ ବ୍ଲକ ସମ୍ପାଦଜ ରତିକାନ୍ତ କହଲସିଂହ ଓ ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ।ଦାମୋଦର ଉଚ ବିଦ୍ୟାପୀଠ ଓ ସୁରେଶ କୁମାର ଉଚ୍ଚ ପ୍ରାଥମିକ ବିଦ୍ୟଳୟର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏହି ଉତ୍ସବରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଅବସରରେ ବିଦାୟୀ ଅବସରପ୍ରାପ୍ତ ଶିକ୍ଷଜ ଶ୍ରୀ ସାମନ୍ତରାୟ ଓ ଚତୁର୍ଥୀ ଶ୍ରେଣୀ କର୍ମଚାରୀ ଶ୍ରୀ ସୁବୁଦ୍ଧିଙ୍କୁ ଅଙ୍ଗବସ୍ତ୍ର, ଉପଢୌକନ, ଓ ପୁଷ୍ପଗୁଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅତିଥି ମାନେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ନିଷ୍ଠାପର ସେବାରଭୁୟସୀ ପ୍ରଶଂସା କରିବା ସହ ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଡେଲାଙ୍ଗ /ଜଟଣୀରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l