ଜଟଣୀ: “ଆମ ଓଡ଼ିଶା ଖବର” ସ୍ଥାନୀୟ ପୌରପରିଷଦ ଅନ୍ତର୍ଗତ ବନମାଳୀ କଲୋନୀରେ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀଙ୍କ ସଭାପତିତ୍ଵରେ ଆମରି ସତ୍ୟ ବିକାଶ ପରିଷ, ଜଟଣୀ ପକ୍ଷରୁ ଏକ ଆଲୋଚନାଚକ୍ର “ଓଡ଼ିଆ ଅସ୍ମିତା: ଏକ ବିଶ୍ଳେଷଣ” ଉପରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଶିକ୍ଷାବିତ ବ୍ରଜବନ୍ଧୁ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଆ ପକ୍ଷ ପାଳନ ଅବସରରେ ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ଶିକ୍ଷାବିତ ତଥା ସୁସାହିତ୍ୟିକ ଡ଼ଃ ବିଷ୍ଣୁ ଚରଣ ସାହୁ ଉଦ୍ଘାଟନ କରିବା ସହ ‘ଓଡିଆ ରୁଚି ଆମ ଖାଦ୍ୟ’ରେ ‘ଓଡିଆ ପଖାଳ’ ର ଆଦର କରିବା ଉପରେ ଗୁରୁତ୍ଵ ଦେବା ଉଚିତ ବୋଲି କହିଥିଲେ। ଆମରିସତ୍ୟ ପତ୍ରିକାର ପ୍ରତିଷ୍ଠାତା ଡ଼ଃ ପ୍ରମୋଦ ଚନ୍ଦ୍ର ଦାଶ ସ୍ଵାଗତ ଭାଷଣରେ “ଭାଷାକୁ ବଞ୍ଚାଇ ବାକୁ ହେଲେ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବସାୟ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ବିଜ୍ଞାପନରେ ଓଡିଆ ଭାଷାର ପ୍ରଚଳନ କରିବା ସହ ସମସ୍ତ ଇଂରାଜୀ ବିଦ୍ୟାଳୟରେ ‘ଓଡିଆ’ ଏକ ବିଷୟ ଅଧ୍ୟୟନ ବାଧ୍ୟତାମୂଳକ କରିବା ଉଚିତ୍” ବୋଲି ମତବ୍ୟକ୍ତ କରିଥିଲେ।ମୁଖ୍ୟ ଅତିଥି ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ପ୍ରଥମେ ଅସ୍ମିତା କୁ ଜାଣିବା, ମାତୃଭାଷା,, ମାତୃଭୂମିକୁ ସମ୍ମାନ ଦେବା, ଶ୍ରଦ୍ଧା ବିଶ୍ଵାସରେ ନିଜଭିତରେ ପରମାତ୍ମାଙ୍କୁ ଦର୍ଶନ କରିବା ବୋଲି କହିଥିଲେ। ‘ମାର୍ଗଦର୍ଶୀ’ ସମ୍ପାଦକ ଉମାଶଙ୍କର ପ୍ରସାଦ ମୁଖ୍ୟବକ୍ତା ଭାବେ ନିଜ ବକ୍ତବ୍ୟରେ ଯେଉଁ ଦେଶ ଅନ୍ନ ବ୍ରହ୍ମ, ନଦୀ ମହାନଦୀ, କ୍ଷେତ୍ର ଶ୍ରୀ କ୍ଷେତ୍ର, ଭାରତ ମାତା, ଉତ୍କଳକୁ ଜନନୀ ବୋଲି ସମ୍ବୋଧନ କରୁଛି, ସେ ଦେଶ ମହାନ୍ ବୋଲି ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ଶିକ୍ଷାବିତ ଜବାହର ଲାଲ ସୁବୁଦ୍ଧି ଓଡ଼ିଆ ବରପୁତ୍ର ମାନଙ୍କୁ ସମ୍ମାନ ଦେବା ପାଇଁ ବିଭନ୍ନ ଦିବସ ପାଳନ କରିବା ଉଚିତ ବୋଲି କହିଥିଲେ।ପ୍ରଥମ ପର୍ଯ୍ୟାୟରେ ଡ଼ଃ ରଶ୍ମିତା ନାୟକ ଓ ପଦ୍ମ ଲୋଚନ ସାହୁଙ୍କ ସଂଯୋଜନାରେ କବିତା ପାଠ ଉତ୍ସବ ଆରମ୍ଭ ହୋଇଥିଲା। ସୁଦର୍ଶନ ମହାପାତ୍ର, ପ୍ରମୋଦ ମହାନ୍ତି, ନର୍ମଦା ଦୋରା, ସ୍ଵସ୍ତିଦା ପାଲ, ଡ: ସୁକାନ୍ତି ମହାପାତ୍ର, ଆରତୀ ସେନ୍, ସୁଲିଆ ଦାସ, ସୌଦାମିନୀ ବେହେରା, ପ୍ରଭାସ ଚନ୍ଦ୍ର ମଙ୍ଗରାଜ, ବିଭୁତି ଭୁଷଣ ନନ୍ଦ, ଅଙ୍କିତା ଶର୍ମା କବିତା ପାଠ କରିଥଲେ। ତ୍ରିଲୋଚନ ମହାପାତ୍ର, କିଶୋରପାଇକରାୟ, ରମାକାନ୍ତ ଦାସ, ସୁରେଶ କୁମାର ସ୍ୱାଇଁ, ବିଜୟାନନ୍ଦ ପଟ୍ଟନାୟକ, ପ୍ରତାପ ବାରିକ, ବିଷ୍ଣୁ ଚରଣ ସ୍ୱାଇଁ, ଗଗନ ବିହାରୀ ପଟ୍ଟନାୟକ କାର୍ଯକ୍ରମ ପରିଚଳନା କରିଥିଲେ। କାର୍ଯକ୍ରମ ଆରମ୍ଭରେ ଶିଶୁ କଳାକାର ଓଁ ପ୍ରକାଶ ପାଣିଗ୍ରାହୀଙ୍କ ତବଲା ବାଦନ ସମସ୍ତଙ୍କୁ ଆକର୍ଷିତ କରିଥିଲା।ରୋଟାରୀୟାନ୍ ଆଦିନାରାୟଣ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ। ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l