ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ସାମ୍ବାଦିକମାନଙ୍କ ପକ୍ଷରୁ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । “ଭଏସ୍-ଅଫ୍-ମିଡ଼ିଆ” ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୬ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଖୋରଧା ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କୁ ପ୍ରଦାନ କରାଯାଇଛି ।

“ଭଏସ୍-ଅଫ୍-ମିଡ଼ିଆ” ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ପ୍ରଭାତ ମିଶ୍ର , ଖୋର୍ଦ୍ଧା ଜିଲ୍ଲା ସଭାପତି ସୁକାନ୍ତ କୁମାର ପରିଡ଼ା , ଉପ-ସଭାପତି ରବୀନ୍ଦ୍ର କୁମାର ରଣା , ସାଧାରଣ ସମ୍ପାଦକ ଧନେଶ୍ୱର ବିଧାର , କୋଷାଧ୍ୟକ୍ଷ ସରୋଜ କୁମାର ମୁଦୁଲି ଙ୍କ ସମେତ “ଭଏସ୍-ଅଫ୍-ମିଡ଼ିଆ” ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ । ଆଗାମୀ ଦିନରେ ସାମ୍ବାଦିକ ମାନେ କିଭଳି ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ସେନେଇ “ଭଏସ୍-ଅଫ୍-ମିଡ଼ିଆ” ଖୋର୍ଦ୍ଧା ଜିଲ୍ଲାର ସାଧାରଣ ସମ୍ପାଦକ ଧନେଶ୍ବର ବିଧାରଙ୍କ ନେତୃତ୍ୱରେ ବିଭିନ୍ନ ଘଟଣା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା ।
More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l