ବିଦ୍ୟୁତ ବିଭାଗର ଅବହେଳାରୁ ଅଘଟଣ ଆଶଙ୍କା

ରିପୋର୍ଟ :ଦେବାଶିଷ ମହାରଣା

ବେଗୁନିଆପଡା, (ଆମ ଓଡିଶା ଖବର):ଘରର ଛାତ ଉପରେ ବିଦ୍ୟୁତ ବିଭାଗର ସପ୍ଲାଇ ତାର | ଯାହାକୁ ନେଇ ଚିନ୍ତାରେ ବିଦ୍ୟୁତ ଉପୋଭୋକ୍ତା | ଏହି ଦୃଶ୍ୟଟି ହେଉଛି ଅଙ୍ଗାରଗାଁ ନିକଟସ୍ଥ ଶଙ୍ଖଭୂଇଁ ରେ ନୂତନ ଭାବେ ଘର ତିଆରି କରୁଥିବା ବାଉରୀ ସେଠୀ ଙ୍କ ଘର ଛାତ ଉପରର ଦୃଶ୍ୟ | ଟିକେ ଅନ୍ୟ ମନସ୍କ ହୋଇଗଲେ ବିଦ୍ୟୁତ ଝଟକା ଲାଗିପାରେ କିମ୍ବା କିଛି ବଡ଼ ଅଘଟଣ ଘଟିପାରେ | ଉପୋଭୋକ୍ତା ଙ୍କ ସମେତ ସ୍ଥାନୀୟ ସରପଞ୍ଚ ପ୍ରତିନିଧିଙ୍କ ବାରମ୍ବାର ଅଭିଯୋଗ ସତ୍ୱେ ବି ବିଦ୍ୟୁତ ତାର ର ସ୍ଥାନ ପରିବର୍ତନ କରିବାରେ ବିଭାଗର ଚୀର ଅବହେଳା | ଗତ କିଛି ଦିନ ତଳେ ଖଣ୍ଡିଆନଈ ପଞ୍ଚାୟତର ଗେଞ୍ଜରାପଲ୍ଲୀ ଠାରେ ଏହି ସମାନ ଦୃଶ୍ୟରେ ଜଣେ ମିସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ବାଉରୀ ସେଠୀ ଙ୍କ ପରିବାର ଲୋକେ ଛାତ ଉପରକୁ ଯିବାକୁ ଭୟ କରୁଛନ୍ତି | କାଳେ କରେଣ୍ଟ ଲାଗିଯିବ | ଘରେ ଛୋଟ ଛୋଟ ଛୁଆ ଥିବାବେଳେ ଛାତ ଉପରକୁ ଗଲେ ତାର କୁ ତାଙ୍କର ହାତ ପାଉଛି | ଅସାବଧାନତା ବଶତଃ ଯଦି କିଛି ଅଘଟଣ ଘଟେ ତେବେ ବିଦ୍ୟୁତ ବିଭାଗ ଦାୟୀ ରହିବ କି ବୋଲି ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ କଲେଣି | ଏ ନେଇ ବିଭାଗୀୟ ଯନ୍ତ୍ରୀ ବାବୁଲା ମାହାଙ୍କୁଡ଼ଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଖୁବ ଶୀଘ୍ର ତାର କୁ ଉପରକୁ ଉଠାଇଦିଆଯିବ | ତେବେ ଖବର ପ୍ରସାରଣ ପରେ ବିଭାଗ କେତେ ଚେତୁଛି ଏଵଂ ତାର ର ସ୍ଥାନ ପରିବର୍ତନ କରୁଛି ତାହା ଦେଖିବାକୁ ବାକି ରହିଲା |

error: Content is protected !!