ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର ଆଲୋଚନା

ଗଞ୍ଜାମ (ଆମ ଓଡିଶା ଖବର)24/03/25: ସ୍ଥାନୀୟ ବାଲିପଦର ଆଞ୍ଚଳିକ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ଇତିହାସ ବିଭାଗର ପାଠଚକ୍ର ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଗୋପୀନାଥ ମହାନ୍ତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ସରୋଜ କାନ୍ତ ଦାସ, ଇତିହାସ ବିଭାଗର ସମ୍ବଳ ଶିକ୍ଷକ ଭାବେ ବେଲଗୁଣ୍ଠା ଡିଗ୍ରୀ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଅଶୋକ କୁମାର ସ୍ବାଇଁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଘୁମୁସର ବିଦ୍ରୋହରେ ଚକରା ବିଷୋୟୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୂଖ୍ୟ ଶ୍ରୀ ଅମିୟ କୁମାର ସ୍ବାଇଁ, ଅଧ୍ୟାପିକା ଭକ୍ତଲତା ମହାପାତ୍ରଙ୍କ ତତ୍ବାବଧାନରେ ଏହି ଆଲୋଚନା ଚକ୍ର ପରିଚାଳିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ଡଃ ଏ ଜିତେଶ ରାଓ ଦୋରା, ମୀନତି ଆଚାରୀ, ସଲିଳା ନାୟକ ଯୋଗଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଇତିହାସ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ବିଷ୍ଣୁପ୍ରୀୟା ସ୍ବାଇଁ ପାଠଚକ୍ରର ସନ୍ଦର୍ଭ ଘୁମୁସର ବିଦ୍ରୋହରେ ଚକରା ବିଷୋୟୀଙ୍କ ଭୂମିକା ପଠନ କରିଥିଲେ। ପରିଶେଷରେ ସାଂଗଠନିକ ସମ୍ପାଦକ ପ୍ରେମାନନ୍ଦ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

error: Content is protected !!