ରିପୋର୍ଟ :ଦେବାଶିଷ ମହାରଣା
କୋଦଳା, (ଆମ ଓଡିଶା ଖବର):ଗୁରୁବାର ଦିନ 11 ଘଣ୍ଟ ସମୟରେ ସ୍ଥାନୀୟ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଓଡ଼ିଆ ବିଭାଗ ତରଫରୁ ” ମାନବବାଦୀ ସ୍ରଷ୍ଟା ଗୋପବନ୍ଧୁ ” ବିଷୟବସ୍ତୁ କୁ ନେଇ ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧନାକର୍ମୀ ଭାବେ ପିପୁଲସ୍ କଲେଜ , ବୁଗୁଡା ଓଡିଆ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ହିମାଂଶୁ ଶେଖର ରଥ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଗୋପବନ୍ଧୁଙ୍କ ଆଦର୍ଶ ଓ ସମାଜସେବା ସଂପର୍କରେ ଆଲୋକପାତ କରିଥିଲେ । ନିମନ୍ତ୍ରୀତ ଅତିଥିଭାବେ ଅଧ୍ୟାପକ ବିନୋଦ କୁମାର ମିଶ୍ର, ଡକ୍ଟର ପ୍ରଦୀପ କୁମାର ପଣ୍ଡା , ଡକ୍ଟର ଜୋସ୍ନାରାଣୀ ସାହୁ , ଅନ୍ତର୍ନିହିତ ଗୁଣାବଳୀ ବର୍ଦ୍ଧକ ସଂଯୋଜକ ଶ୍ରୀମାନ ସପନ କୁମାର ଦାଶ ଏବଂ ଓଡିଆ ବିଭାଗୀୟ ମୁଖ୍ଯ ଶ୍ରୀମତୀ ରଂଜୁବାଳା ନନ୍ଦ ଯୋଗଦେଇ ଗୋପବନ୍ଧୁଙ୍କ ତ୍ଯାଗପୁତ କାହାଣୀ କହିଥିଲେ ।କାଯ୍ୟକ୍ରମର ପ୍ରାରମ୍ଭରେ ଆବାହକ ଓଡିଆ ବିଭାଗୀୟ ଅଧ୍ୟାପକ ଶ୍ରୀଯୁକ୍ତ ସାଗର ଚାନ୍ଦ୍ ପାତ୍ର କାଯ୍ୟକ୍ରମର ଆଭିମୁଖ୍ଯ ବିଷୟରେ ବର୍ଣ୍ଣନା କରିଥିଲେ ।ଅଧ୍ୟାପକ କେଶବ ଚନ୍ଦ୍ର ପାଳ , ଭବାନୀ ଶଙ୍କର ଆଚାର୍ଯ୍ଯ, କାହ୍ନୁ ଚରଣ ପାଳ,ଲିପୁନ ମାଝୀ, ଅଧ୍ୟାପିକା ତପସ୍ୱିନୀ କରଣ ,ସାଗରିକା ଦାଶ , ଭୁବନେଶ୍ଵରୀ ରାୟ ସାମନ୍ତ ଆଦି ଯୋଗ ଦେଇଥିଲେ ଓ ପରିଶେଷରେ ଯୁକ୍ତ ୩ ୨ୟ ବର୍ଷ ଛାତ୍ରୀ ସାଗରୀ ସାହୁ ଧନ୍ଯବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା।
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ