କୋରାପୁଟ ଜିଲ୍ଲା (ଆମ ଓଡିଶା ଖବର )ଦଶମନ୍ତପୁର ବ୍ଲକ ର 16 ଗୋଟି ପଞ୍ଚାୟତ ରେ ପିଇଁବା ପାଣି ର ବହୁତ ସମସ୍ୟା ଅଛି, ଅନେକ ଦିନରୁ ମେଗା ପ୍ରୋଜେକ୍ଟ କାମ ଚାଲିଥିଲେ ସୁଦ୍ଧା ପାଣି କେବେ ମିଳିବ ତାର ଉତ୍ତର ଆମେ ପାଇ ପାରୁନୁ ସେ କାମ କେବେ ସରିବ ଆମ 16ଟି ପଞ୍ଚାୟତ ର ପାଣି ସମସ୍ୟା କେବେ ଦୂର ହେବ ଏ ବିଷୟ ରେ ଯେ. ଇ ମାନେ ମଧ୍ୟ୍ୟ କିଛି କହି ପାରୁ ନାହାନ୍ତି ଯା ଦ୍ଵାରା ଆମ ବ୍ଲକ ବାସୀ ପାଣି ର ସମସ୍ୟା ର ସୁମୁଖୀନ ହେଇଛନ୍ତି ଏ ପ୍ରକାର ଅଭିଯୋଗ କରିଛନ୍ତି ଦଶମନ୍ତପୁର ବ୍ଲକ ଜୁନ 2 ଜିଲ୍ଲା ପରିଷଦ ମେମ୍ବର ଶ୍ରୀ ଧନପତି ସାଉଁନ୍ତା ଏ ସବୁ ବିଷୟ ଶୁଣି ପ୍ରଶାସନ ଦ୍ଵାରା 2ଟି ଜୁନ ପାଇ 2 ଟି ପାଣି ରିପେର ଗାଡି ର ବ୍ୟବସ୍ଥା କରିଛନ୍ତି ଯା ଧ୍ୟାରା କିଛି ମାତ୍ରା ରେ ପାଣି ର ସମସ୍ୟା ଦୂର ହେବ ବୋଲି ଆଶା ପ୍ରକୋଟ କରିଛନ୍ତି ଜିଲ୍ଲା ପରିଷଦ ଶ୍ରୀ ସାଉଁନ୍ତା କିନ୍ତୁ ଯଦି ଆସନ୍ତା ଦିନରେ ଦଶମନ୍ତପୁର ର 16 ଟି ପଞ୍ଚାୟତ ର ପ୍ରତେକ ଗ୍ରାମ ରେ ଯଦି ପାଣି ର ସମାଧାନ ନ ହୁଏ ତାହା ହେଲେ ବ୍ଲକ ସମୁଖ ରେ 2 ଟି ଜିଲ୍ଲା ପରିଷଦ ଧାରଣା ଦେବାକୁ ଚେତାବନି ଦେଇଛନ୍ତି ଜୁନ2 ଜିଲ୍ଲା ପରିଷଦ ଶ୍ରୀ ସାଉଁନ୍ତା ଦେଖିବାକୁ ବାକି ରହିଲା ପ୍ରଶାସନ ଏ ବିଷୟ ରେ କେତେ ତତ୍ୱର ଦେଖାଉଛି।
କୋରାପୁଟ ରୁ ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।