ଦୁର୍ଘଟଣା ଘଟାଇ କାର ଫେରାର।
୫ ରୁ ଉର୍ଦ୍ଧ ବାଇକ ଚୁରମାର।
ବେଗୁନିଆପଡା:(ଆମ ଓଡିଶା ଖବର): ଗତ କାଲି ବିଳମ୍ବିତ ରାତିରେ ବେଗୁନିଆପଡା ଥାନା ଅନ୍ତର୍ଗତ ବେଗୁନିଆପଡା ଠାରୁ କଞ୍ଚଣା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ‘ସାଇରାମ’ ବାଇକ ଗ୍ୟାରେଜ ଭିତରକୁ ଏକ କାର ଭାରସାମ୍ୟ ହରାଇ ପଶିଯାଇ ଦୁର୍ଘଟଣା ପରେ ପୁଣି ଫେରାର ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ସାଇରାମ ଗ୍ୟାରେଜ ମାଲିକ ରାତିରେ କବାଟ ବନ୍ଦ କରି ଭିତରେ ଶୋଇଥିବା ବେଳେ ରାତି ୧୨.୩୦ ମିନିଟ ସମୟରେ ଏକ କାର ବେଗୁନିଆପଡା ପଟରୁ ଆସି ଭାରସାମ୍ୟ ହରାଇ ଗ୍ୟାରେଜ ଭିତରକୁ ମାଡିଯାଇଥିଲା। ଫଳରେ ଗ୍ୟାରେଜ ବାହାରେ ଥିବା ୩ ଟି ଗାଡି ଉପରେ ଚଢି ଗ୍ୟାରେଜ କବାଟ ଭାଙ୍ଗି ଗ୍ୟାରେଜ ଭିତରେ ଥିବା ୨ ଟି ଗାଡି ଉପରେ ଚଢିଯାଇଥିଲା। ଏହା ପରେ ତୁରନ୍ତ ଗାଡିକୁ ପଛକୁ ଆଣି ତୁରନ୍ତ ଫେରାର ହୋଇଯାଇଥିଲା। ଆଜି ଗ୍ୟାରେଜ ମାଲିକ ଭୀମ ଭୂୟାଁ ବେଗୁନିଆପଡା ଥାନାରେ ଏତଲା ଦେବା ସହ ସି ସି ଟି ଭି ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି।
ରିପୋର୍ଟ :ଦେବାଶିଷ ମହାରଣା
More Stories
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ