ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳ ପାଇଁ ଆଜିର ଦିନ ହେଉଛି ସବୁଠୁ ବଡ଼ ଖୁସି ର ଦିନ । କାହିଁକି ନା’ ଟାଙ୍ଗୀ ଅଞ୍ଚଳକୁ ମିଳିଛି NAC ମାନ୍ୟତା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, 5T ଅଧ୍ୟକ୍ଷଙ୍କ ଶ୍ରୀ କାର୍ତ୍ତିକ ପାଣ୍ଡିଆନ୍ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତା କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୨୦ ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ କରାଯିବାକୁ ଘୋଷଣା କରିଛନ୍ତି। ତାହାରି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳ ଆଜିଠାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ହୋଇଗଲା ।ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ପରେ ଟାଙ୍ଗୀ ଅଞ୍ଚଳର ପ୍ରତ୍ୟେକ ଗଳିକନ୍ଦିରେ ଉତ୍ସବର ମାହୋଲ୍ ଆଉ ତା’ସାଙ୍ଗକୁ ଆତସବାଜି ଶବ୍ଦରେ ପ୍ରକମ୍ପିତ ହେଉଥାଏ ଟାଙ୍ଗୀ ବିଜ୍ଞାପିତ ଅଞ୍ଚଳ ପରିଷଦ । ଟାଙ୍ଗୀ ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ କରାଯିବା ପାଇଁ ଟାଙ୍ଗୀ ଅଞ୍ଚଳର ବୁଦ୍ଧିଜୀବୀ , ଯୁବଗୋଷ୍ଠୀ , ସମାଜସେବୀ , ସାମ୍ବାଦିକ , ଜନ-ପ୍ରତିନିଧିମାନେ ଲିଖିତ ଓ ମୈ।ଖିକ ଭାବେ ଦାବି କରି ଆସୁଥିଲେ ।

ନିର୍ବାଚନ କୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ଙ୍କର ସମସ୍ୟା ଓ ଦାବି ଉପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ପୋଲିସ ବିଭାଗର ସ୍ପେଶାଲ ବ୍ରାଞ୍ଚ ଟିମ୍ ପକ୍ଷରୁ ଟାଙ୍ଗୀ କୁ NAC ମାନ୍ୟତା ଦାବି ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦିଆଯାଇଥିଲା । ଟାଙ୍ଗୀ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ଉପହାର କୁ ନେଇ ଟାଙ୍ଗୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜନପ୍ରତିନିଧି ରାମଚନ୍ଦ୍ର ମହାପାତ୍ର କିଶୋର କୁମାର ବେହେରା , ସୁପ୍ରଭା ମହାପାତ୍ର , ନୀଳକଣ୍ଠ ବେହେରା , କୁବେର କଳସ , ହେମନ୍ତ କୁମାର ବେହେରା , ବରିଷ୍ଠ ସାମ୍ବାଦିକ ଓ ଟାଙ୍ଗୀ ସାମ୍ବାଦିକ ସଂଘର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର କୁମାର ରଣା , ସମ୍ପାଦକ ସନ୍ତୋଷ ଚୈ।ଧୁରୀ , ସହ-ସମ୍ପାଦକ କାହ୍ନୁ ଚରଣ ବେହେରା , ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ , ବିଜୟ ବାହୁବଳେନ୍ଦ୍ର , ଆଲୋକ ମହାରଣା , ଆଇନଜୀବୀ ପୀତବାସ ନାୟକ , ସୁରେନ୍ଦ୍ର କୁମାର ବେହେରା , ମୁନା ସିଂ , ହମୀଦ୍ ମୀରା , ସମାଜସେବୀ ବିଜୟ ମହାପାତ୍ର , ମନୋଜ କୁମାର ମାନସିଂହ , ମହେନ୍ଦ୍ର କୁମାର ସାହୁ , ମିଟନ କୁମାର ରାଉତ , ବରିଷ୍ଠ ପ୍ରଶାସକ ଭାରତ ଭୂଷଣ ଜଗଦ୍ଦେବ , ଡାକ୍ତର ମଧୁସୂଦନ ସେନାପତି , ଯୁବ ସଙ୍ଗଠକ ଗିରିଶ କୁମାର ବେହେରା , ନନ୍ଦ କିଶୋର ସ୍ୱାଇଁ , ବିପିନ ବିହାରୀ ପ୍ରଧାନ , ସମର ମାଝୀ , କୃଷ୍ଣଚନ୍ଦ୍ର ସାହୁ , ଚଣ୍ଡେଶ୍ୱର ଦାସ , ବରିଷ୍ଠ ସଙ୍ଗଠକ ତ୍ରିନାଥ ଷଣ୍ଢ , ସୁଜିତ ମହାନ୍ତି ପ୍ରମୁଖ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଜଟଣୀର ସୂକ୍ଷ୍ମ କଳାକାର ଏଲ୍ ଇଶ୍ଵର ରାଓ, ଚକ୍ ଖଡିରେ ଦେଖାଇଛନ୍ତି କଳାକୃତି ।