ଚିଲିକା (ଆମ ଓଡ଼ିଶା ଖବର )ଆଜି ଖୋର୍ଦ୍ଧା ଜିଲ୍ଲା ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ହରିପୁର ସ୍ଥିତ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ପ୍ରତାପେଶ୍ବର ଦେବଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ଛତିଶଗଡ଼ ର ମହାମହିମ ରାଜ୍ୟପାଳ ବିଶ୍ବଭୂଷଣ ହରିଚ଼ନ୍ଦନ। ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ ତାଙ୍କ ଧର୍ମପତ୍ନୀ ସୁପ୍ରଭା ହରିଚ଼ନ୍ଦନ, ଭାରତୀୟ ପର୍ଯ୍ୟଟନ ନିଗମ ର ଅଧ୍ୟକ୍ଷ ଡ଼ାଃ ସମ୍ବିତ ପାତ୍ର, କୋଚ଼ିନ ସିପ ୟାର୍ଡ଼ ର ନିର୍ଦ୍ଦେଶକ ପୃଥ୍ୱୀରାଜ ହରିଚ଼ନ୍ଦନ। ଏହାପରେ ହରିପୁର ଗ୍ରାମର ଜନ ସାଧାରଣଙ୍କୁ ସାକ୍ଷାତ କରିଥିଲେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ହରିଚ଼ନ୍ଦନ। ଏହା ସହିତ
ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭା ସ୍ଥିତ ଚଣ୍ଡେଶ୍ୱର ପଞ୍ଚାୟତରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହିତ ଚଣ୍ଡେଶ୍ୱର ଗ୍ରାମରେ ଥିବା ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଚଣ୍ଡୀହର ଦେବ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ଛତିଶଗଡ଼ ର ମହାମହିମ ରାଜ୍ୟପାଳ ବିଶ୍ବଭୂଷଣ ହରିଚ଼ନ୍ଦନ। । ପରେ ପରେ ବାଲୁଗାଁ ଓ ବାଣପୁର ଅଞ୍ଚଳରେ ଥିବା ପ୍ରସିଦ୍ଧ ଶୈବପୀଠ ରେ ପହଞ୍ଚି ଠାକୁରଙ୍କୁ ଦର୍ଶନ କରିଥିଲେ ମହାମହିମ ରାଜ୍ୟପାଳ ବିଶ୍ବଭୂଷଣ ହରିଚ଼ନ୍ଦନ।


More Stories
Odisha Vigilance has arrested a sub-treasury employee from Khandapada.
କୋଦଳା ଓକିଲ ସଙ୍ଘ ନିର୍ବାଚନ : ଲଗାତାର ପଞ୍ଚମ ଥର ପାଇଁ ସଭାପତି ହେଲେ ପୂର୍ଣ୍ଣଚନ୍ଦ୍ର ମିଶ୍ର l
ଜଟଣୀର ସୂକ୍ଷ୍ମ କଳାକାର ଏଲ୍ ଇଶ୍ଵର ରାଓ, ଚକ୍ ଖଡିରେ ଦେଖାଇଛନ୍ତି କଳାକୃତି ।