କୋରାପୁଟ (ଆମ ଓଡିଶା ଖବର) ତାରିଖ ୧୦/୦୫/୨୦୨୫
କୋରାପୁଟ ଜିଲ୍ଲା ଲଷ୍ମୀପୂର ବ୍ଲକ କୁସୁମଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେଲ୍ଲାର ଗ୍ରାମ ରେ ଗ୍ରାମ ର ଆଶା କର୍ମୀ କୁନ୍ତୁଳା ଖଣ୍ଡପାଣି ଙ୍କ ଦ୍ଵାରା ଗ୍ରାମ ର ସମସ୍ତ ଙ୍କୁ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା, ଯାହାକୁ “ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)” ବୋଲି ମଧ୍ୟ କୁହାଯାଏ, ଏହା ଏକ ରାଷ୍ଟ୍ରୀୟ ଆରୋଗ୍ୟ ଯୋଜନା ଯାହା ଦ୍ୱାରା ଗରିବ ଓ ଅସହାୟ ପରିବାରମାନେ ବିନାମୂଳ୍ୟରେ ଚିକିତ୍ସା ସୁବିଧା ପାଇପାରିବେ । ଏହି ଯୋଜନା ପାଇଁ ନିର୍ମିତ ହୋଇଥିବା ଆୟୁଷ୍ମାନ କାର୍ଡ ନିଜ ଗ୍ରାମ କେଲ୍ଲାର ର ପ୍ରତ୍ୟେକ ଘର ଘର ବୁଲି ବଣ୍ଠନ କରିଥିବା ଦେଖିବାକୁ ମିଳିଛି l ପୁଣି ଗ୍ରାମ ରେ ଆୟୁଷ୍ମାନ କାର୍ଡ ବଣ୍ଠନ ଖବର ଶୁଣି ଆଶା କର୍ମୀ ଙ୍କ ଘରେ ଭିଡ ଜମିବା ସହିତ ସମସ୍ତେ ଆୟୁଷ୍ମାନ କାର୍ଡ ନେଇଥିବା ଦେଖିବାକୁ ମିଳିଥିଲା l ଗ୍ରାମ ବାସୀ ଙ୍କ କହିବା ଅନୁସାରେ ସରକାର ଆୟୁଷ୍ମାନ କାର୍ଡ ପ୍ରଦାନ କରିଥିବାରୁ ସରକାର ଙ୍କୁ ଧନ୍ୟବାଦ କିନ୍ତୁ ଏ କାର୍ଡ ଯଦି ରାଜ୍ୟ ତଥା ବାହାର ରାଜ୍ୟ ର ପ୍ରତ୍ୟେକ ସରକାରୀ ଓ ବେସରକାରୀ ହସ୍ପିଟାଲ ରେ କାର୍ଯ୍ୟ କାରି କରାଯାଏ ତାହା ହେଲେ ବହୁତ ଜନ ସାଧାରଣ ଉପକାର ପାଇଥାନ୍ତେ ବଲି କିଛି ଲୋକ କହିବା ଶୁଣିବାକୁ ମିଳିଥିଲା । ସରକାର ଏଥି ପ୍ରତି ଧ୍ୟାନ ଦେବେ କି ଦେବେ ନାହିଁ ଦେଖିବାକୁ ବାକି ରହିଲା
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।