“ମନ କି ବାତ୍ତ” କାର୍ଯ୍ୟକ୍ରମରେ ଯୋଗଦେଲେ ଶତାଧିକ କାର୍ଯ୍ୟକର୍ତ୍ତା
ବେଗୁନିଆପଡା, (ଆମ ଓଡିଶା ଖବର):କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୁଆଁଗଡ଼ ଫାରକାପଲ୍ଲୀ ଠାରେ ଅଙ୍ଗାରଗାଁ ସରପଞ୍ଚ ନିଳେନ୍ଦ୍ରି ସେଠିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଏହି ମିଶ୍ରଣ ପର୍ବରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଯୋଗଦେଇ ପଞ୍ଚାୟତର ନୂଆଗଡ, ଶଙ୍ଖଭୂଇଁ,ଫାରକାପଲ୍ଲୀ ଗ୍ରାମ ପରିକ୍ରମା କରିବା ସହିତ ଫାରକାପଲ୍ଲୀ ଗ୍ରାମର ଶତାଧିକ ପୁରୁଷ ମହିଳା ମାନଙ୍କୁ ନେଇ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଏହା ସହ ନୁଆଁଗଡ଼ ଢ଼େପ ରେ ଥିବା ଏକ ଯାତ୍ରୀ ବିଶ୍ରାମଗାର କୁ ଉଦଘାଟନ କରିଛନ୍ତି ମାନ୍ୟବର ବିଧାୟକ | ପରେ ଅଙ୍ଗାରଗାଁ ପଞ୍ଚାୟତ ପରିସରରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ “ମନ କି ବାତ୍ତ” କାର୍ଯ୍ୟକ୍ରମରେ ଯୋଗଦେଇ ମୋଦୀ ଜୀ “ମନ କି ବାତ୍ତ” କାର୍ଯ୍ୟକ୍ରମକୁ ଶୁଣିବା ସହିତ ପଞ୍ଚାୟତ ବାସୀଙ୍କୁ ବିଜେପି ସରକାରର ସଫଳତା ସମ୍ପର୍କରେ ଅବଗତ କରାଇଥିଲେ | ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ଯୁବ ବିଜେପି ନେତା ଚିତ୍ରସେନ ପରିଡା,ଅଶୋକ ତାରିଣୀ, ଅଙ୍ଗାରଗାଁ ମଣ୍ଡଳ ସଭାପତି ରାଜେନ୍ଦ୍ର ଭୂୟାଁ, ଅଙ୍ଗାର ଗାଁ ପଞ୍ଚାୟତର ସରପଞ୍ଚ ନିଳେନ୍ଦ୍ରି ସେଠି,ସମାଜସେବୀ ପୂର୍ଣଚନ୍ଦ୍ର ସେଠି, ତାଳସର ପଞ୍ଚାୟତ ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ,ବୁରୁଝରୀ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା, ତାଳସର ସମିତିସଭ୍ୟ ମାଧବ ରାଉତ,ଖଇରିଖମା ସରପଞ୍ଚ କାଶୀନାଥ ବେହେରା, ସୁମଣ୍ଡଳ ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ପାଣ୍ଡୀ,ଯୁବନେତା ମୁନା ପଣ୍ଡା, ନିରଞ୍ଜନ ସ୍ୱାଇଁଙ୍କ ସମେତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ |
ରିପୋର୍ଟ :ଦେବାଶିଷ ମହାରଣା
More Stories
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ