ନର୍ସ ଦିଦି ଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ୬ଜଣଙ୍କ ଅକାଳ ମୃତ୍ୟୁ ଘଟଣା ଶେଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ପ୍ରତିକ୍ରିୟା ପରେ କଂଗ୍ରେସ ଦଳ ର ପ୍ରତିକ୍ରିୟା

କୋରାପୁଟ (ଆମ ଓଡିଶା ଖବର) ତାରିଖ -୦୫/୦୬/୨୦୨୫
Script -l କୋରାପୁଟ ଶହୀଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲ ରେ ୬ ଜଣ ରୋଗୀଙ୍କ ମୃତ୍ୟୁ ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପହଞ୍ଚି ହସ୍ପିଟାଲ୍ ଅଧିକାରୀ ଙ୍କ ସହିତ ଆଲୋଚନା କରି ସ୍ଥିତି ପରିଖିଲା ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ଯୁକ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ l ମନ୍ତ୍ରୀ କହିଛନ୍ତି କି ଗତ କାଲି ଗଣମାଧ୍ୟମ ଦ୍ଵାରା ୬ ଜଣଙ୍କ ଆକସ୍ମାତ ମୃତ୍ୟୁ ଖବର ଶୁଣି ମୁ ଆସିକି ହସ୍ପିଟାଲ ଅଧିକାରୀ ଙ୍କ ସହିତ ଆଲୋଚନା କରିବା ସହିତ ପୁଙ୍ଖାନୁ ପୁଙ୍ଖ ଭାବେ ତଦନ୍ତ କରିବାକୁ କଟକ ଓ ବ୍ରହ୍ମପୁର ରୁ ପ୍ରଫେସର୍ ଆସିଛନ୍ତି । ସେମାନଙ୍କୁ ପୁଙ୍ଖାନୁ ପୁଙ୍ଖ ଭାବେ ତଦନ୍ତ କରି ୩ ଦିନ ଭିତିରେ ରିପୋର୍ଟ ଦେବାକୁ ମୁଁ ନିର୍ଦେଶ ଦେଇଛି ରିପୋର୍ଟ ଆସିଲା ପରେ ଯିଏ ମଧ୍ଯ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧ ରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା କହିଛନ୍ତି ଶ୍ରୀ ମନ୍ତ୍ରୀ ଏବଂ ରେଡ୍ କ୍ରୋସ୍ ଫାଣ୍ଡି ରୁ ଦୁଃଖିତ ପରିବାର ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଛନ୍ତି । କିନ୍ତୁ କଂଗ୍ରେସ ଦଳ ଏହାକୁ ପୁରା ବିରୋଧ କରି ଦୁଃଖିତ ପରିବାର ଙ୍କୁ ମନ୍ତ୍ରୀ ନ ଭେଟିବା ପୁଣି ସାନ୍ତ୍ଵନା ନଦେବା କେତେ ଯୁକ୍ତିଯୁକ୍ତ ଏହା ସମସ୍ତଙ୍କୁ ଦୁଃଖିତ କରିଛି ବୋଲି କହିବା ସହ ଦଳ ଆସନ୍ତା ଦିନରେ ଯେ ପରି ଏମିତି ଘଟଣା ପୁନରାବୃତ୍ତି ନ ହୁଏ ସେଥିପ୍ରତି ସରକାର ଧ୍ୟାନ ଦେବାକୁ ଅନୁରୋଧ କରିଛି । ଆମ କୋରାପୁଟ ଜିଲ୍ଲା ଏକ ଶାନ୍ତିପ୍ରିୟ ଜିଲ୍ଲା ଏହି ଘଟଣା ଯଦି କୋଷ୍ଟାଲ ଅଞ୍ଚଳ ରେ ଏହି ପରି ଘଟଣା ଘଟିଥାନ୍ତା ତାହେଲେ ଆଜି ସେଠାକୁ ମନ୍ତ୍ରୀ କ’ଣ ଯାଇପାରିଥାନ୍ତେ କି ବୋଲି ପ୍ରଶ୍ନ କରିଛି ଦଳ l ସେଠାରେ ନିଆ ଜଳି ଥାନ୍ତା କହି ଗଣମାଧ୍ୟମକୁ ଡାକି ବିରୋଧ କରିଛି କଂଗ୍ରେସ ଦଳ । ଏହି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ରାମ କାଡାମ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀ ପୋତି ପୂର୍ବତନ ବିଧାୟକ ନିମାଇଁ ସାରାକା, ରାଜ୍ୟ ସମ୍ପାଦକ ରୂପକ କୁମାର ତୁରୁକ, କୋରାପୁଟ ପୂର୍ବତନ ପୌର ପରିଷଦ ଅଦକ୍ଷ ଭଗବାନ ବାହିନୀପତି,କୋରାପୁଟ ବିଧାୟକ ପ୍ରାର୍ଥୀ କୃଷ୍ଣ କୁଲଦୀପ, କୋଟପାଡ଼ ବିଧାୟକ ପ୍ରାର୍ଥୀ,କୋରାପୁଟ ବ୍ଲକ ଅଦକ୍ଷା ଓ ବିଭିନ୍ନ ପଦାଧିକାରୀ ଓ କଂଗ୍ରେସ ପ୍ରେମୀ ମାନେ ଉପସ୍ଥିତ ଥିଲେ l

କୋରାପୁଟ ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ଙ୍କ ରିପୋର୍ଟ ଆମ ଓଡିଶା ଖବର

error: Content is protected !!