ମାଟିର ସୁରକ୍ଷା କରିବା ପାଇଁ ଜିବନ ଦେବୂ।

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କୋଲନରା ବ୍ଲକ ଚଳିତ ମାସ ତା :-ଠ୬/୦୬/୨୫ ତାରିଖ ଦିନ ଆଦିବାସୀ ସଂଘର୍ଷ ମୋର୍ଚା (ASM) ତରଫରୁ କୋଲନରା ବ୍ଲକ ନିକଟ ଖିଲାପଦର ଛକ ଠାରୁ ଏକ ବିଶାଳ ଆଦିବାସୀ ଶୋଭାଯାତ୍ରା ବାହାରି ତହସିଲ କାର୍ଯ୍ଯାଳୟ ଓ ଗୋଷ୍ଟୀ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରତିବାଦ ରେ ସି ପି ଆଇ (ଏମଏଲ)ଲିବରେସନ ରାଜ୍ୟ କମିଟି ସଭ୍ୟ ଯୁଧିଷ୍ଟିର ମହାପାତ୍ର ଓ ଅଶୋକ ପ୍ରଧାନ ଓ ଆଦିବାସୀ ନେତା ତ୍ରିପତି ଗମାଙ୍ଗ ରାଜ୍ୟ ସରକାର ଆଦିବାସୀ ମାନଙ୍କ ସମ୍ବିଧାନ ର ଅଧିକାର କୁ ପୁଞ୍ଜିପତି ମାନକୁଂ ସାହାଯ୍ୟ କରୁଛନ୍ତି ବୋଲି ବକ୍ତବ୍ୟ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟ ଏକ 21 ଦଫା ଦାବି ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଆଦିବାସୀମାନଙ୍କର ଜମି ସରକାର କିଣିବା ଆଇନ ସଂପୂର୍ଣ ବାତିଲ କରିବା, ସମ୍ବିଧାନ ର ପଞ୍ଚମ ଓ ଷଷ୍ଟ ଅନୁଛେଦ ରେ ଆଦିବାସୀ ମାନଙ୍କୁ ଜମି ର ଅଧିକାର ଦେବା, ଆଦିବାସୀ ଅଞ୍ଚଳରେ ରେ ଅଣ ଆଦିବାସୀ ମାନଙ୍କ ବେଆଇନ ଜମି ପଟ୍ଟା ରଦ୍ଧ କରିବା, ସିକାବାଡ଼ି ଗ୍ରାମରେ ଥ‌ିବା ବିଦ୍ୟାଳୟ କୁ ଦଶମ ପର୍ଯ୍ୟନ୍ତ ବର୍ଷିତ କରିବା ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା, ସିକାବାଡ଼ି, ପାଣ୍ଡାତାଲା, କାରଡ଼ାଙ୍ଗ ଓ ଅନ୍ୟାନ୍ୟ ଗ୍ରାମ ମାନଙ୍କରେ ପୂର୍ବ ପୁରୁଷରୁ ଦଖଲ କରି ଆସୁଥିବା ଜମିଙ୍କୁ ଆଦିବାସୀମାନଙ୍କ ମଧ୍ୟରେ ଜମିପଟ୍ଟା,ଜଗଂଲ ଅଧିକାର ଆଇନ 2006 ର କଠୋର କାର୍ଯ୍ୟକାରୀ କରିବା, ଆଦିବାସୀ ମାନଙ୍କ ଦଖଲରେ ଥିବା ଜମି କୁ ଚିହ୍ନଟ କରିବା ପାଇଁ ଆର ଆଇ ଓ ଓମିନ ମାନଙ୍କୁ ଆଦେଶ ପ୍ରଦାନ କରିବା, ଆଦିବାସୀ ମାନେ ଆଦାୟ କରୁଥିବା ଜଗଂଲ ଜାତଦ୍ରବ୍ୟ ଟି ଡି ସି ସି ମାଧ୍ୟମରେ କ୍ରୟ ବିକ୍ରୟ କେନ୍ଦ୍ର। ଖୋଲିବା,ଏମ୍.ଜି.ଏନ୍.ଆର.ଇ.ଜି.ଏ କାମରେ ବର୍ଷକୁ ୨୦୦ ଦିନ ଓ ଦୈନିକ ୬୦୦/- ଟଙ୍କା ମଜୁରୀ, ରେସନ କାର୍ଡ ଧାରୀଙ୍କୁ ୫୦ କେ.ଜି. ଚାଉଳ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଟଙ୍କା, ପଂଚାୟତ କାର୍ଯାଳୟ ରେ ବାଦ୍ଧକ୍ୟ ଓ ବିକଳାଙ୍ଗ ମାନଙ୍କୁ ମାସିକ ୫୦୦୦/- ଟଙ୍କା ପେନସନ୍ ଓ ବ୍ଲକ ଶୀତଳ ଭଣ୍ଡାର ନିର୍ମାଣ କରିବା, ଜମି ଚିହ୍ନଟ କରିବାରେ ବର୍ଷ ବର୍ଷ ବିଳମ୍ବ ହେଉଥୁବାରୁ ସେମାନଙ୍କର ଜମିକୁ ଯଥାଶିଘ୍ର ଜମି ଚିହ୍ନଟ କରିବା, ସିକାବାଡ଼ି ଠାରୁ ଲୁହାରିଗେଡ଼ା ଭାୟା କାଟିକି ଯର୍ଯନ୍ତ ପକ୍କାରାସ୍ତା,ସିକାବାଡ଼ି ଗ୍ରାମର ମଶାଣିରୁ ପାଣି ଗାଁ ଭିତରକୁ ପଶିଆସିବା ବଦଂ କରି ଡ୍ରେନ୍‌ର ବ୍ୟବସ୍ଥା କରିବା, ରେଙ୍ଗଳପାଡୁ ଗାଁରେ ୧୭ଘର ପରିବାରକୁ ଘର ଡ଼ିହ ଓ ମଦନପୁର ଗାଁରେ ପାଣି, ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ପାଣ୍ଡାର ତାଲା ଠାରୁ ସିକାବାଡ଼ି ଓ କାମିନିପିଣ୍ଡା ଠାରୁ କାରଡ଼ାଙ୍ଗ ପର୍ଯ୍ୟନ୍ତ ପକ୍କା ରାସ୍ତା, ପାତ୍ରପୁଟ ଧୁଦୁଂଲି ନାଳ ଉପରେ ଚେକ୍‌ଜ୍ୟାମ୍ ନିର୍ମାଣ ସହ ଓ ପାଣିଟ୍ୟାଙ୍କରୁ ପାଇପ୍ ଯୋଗେ ପିଇବା ପାଣିର ବ୍ୟବସ୍ଥା କରିବା, କେଉଟଗୁଡ଼ା ଗାଁର ପୋଖରୀ (ମଲାଝୋଲା ବନ୍ଧ) ଅସଂପୂର୍ଣ କାମକୁ ସଂପୂର୍ଣ କରିବା, ଖାଦ୍ୟ ସୁରକ୍ଷା ଯୋଜନାରେ ବଂଟନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଓ ମନରେଗାରେ ମେସିନ୍ କାର୍ଯ୍ୟ ବନ୍ଦ କରିବା, ପାଣ୍ଡରତାଲି ଗାଁର ଆଦିବାସୀମାନଙ୍କ ଉପରେ ମିଥ୍ୟା କେସ୍ ପ୍ରତ୍ୟାହାର କରିବା, ଭିବଲକୋଣା ଗ୍ରାମର ରବି ହୁଇକା ଓ ତ୍ରିନାଥ ହିକକା ଙ୍କ ଦଖଲରେ ଥିବା ଜମିକୁ ଅତିଶିଘ୍ର ସେମାନଙ୍କର ପଟ୍ଟା ପ୍ରଦାନ କରିବା, କେଉଟଗୁଡ଼ା ଗ୍ରାମର ୩୦ରୁ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି ଓ ପାତ୍ରପୁଟ ଗ୍ରାମର ୧୦ ଜଣ ଆଦିବାସୀଙ୍କୁ ଘର ପଟା ଦିଆଯାଇଛିଏହାକୁ ଚିହ୍ନଟ କରିବା।ଉପସ୍ଥିତ ଥିଲେ
ମୁରୋଲି ମୁଟୁକା, ମୋହନ ପାଢିକା,ଅନିରୁଦ୍ଧ ନିସିକା, ସିମାଦ୍ରୀ ପାତିକା, ଆଛାନା ମଣ୍ଡାଙ୍ଗି, ଅଷ୍ଟମ ଉଲକା, କ୍ରୀଷ୍ଟା ପାଲାକା, ମେଦିରି ଗରଡିଆ, ଶିବ ଉଲାକା, ବାଲ୍ମିକୀ କାଡ୍ରାକl, ରାଜେନ୍ଦ୍ର ମାଝୀ, ମାଧବ ମାଣ୍ଡିଗିଂ, ଚବିଲାଲ ହିଆଲ, ରାମାରାଓ କୁତ୍ରୁକା ନିବେଦକ ତ୍ରିପତି ଗମାଙ୍ଗ

ଆଦିବାସୀ ସଂଘର୍ଷ ମୋର୍ଚା (ASM)
କୋଲନରା ରାୟଗଡ଼ା ଓଡ଼ିଶା

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!