ବୋମା ବିଷ୍ପୋରଣରେ ୧ମହିଳା ମୃତ:୨ ଗୁରୁତ୍ତର ।

ଖୋର୍ଦ୍ଧା : :ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତର ଇଚ୍ଛାପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବୋମା ବିଷ୍ପୋରଣ ଘଟି ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ମହିଳା ଗୁରତ୍ତର ଆହାତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଆଜି ଶନିବାର ମୁସଲିମ ମାନଙ୍କ ପବିତ୍ର ବକରିଦ୍ ଅବସରରେ ଇଚ୍ଛାପୁର ଗ୍ରାମର ଲିଲି ବେଗମ୍ (୩୦) ଗାଁ ମୁହଣ୍ଡରେ ଥିବା ନିଜ ଝାଟିମାଟି ପରିତ୍ୟକ୍ତ ଘର ସଫା କରୁଥିବାବେଳେ ହଠାତ୍ ଘର ଭିତରେ ଏକ ବୋମା ବିଷ୍ପୋରଣ ଘଟିଥିଲା । ବିଷ୍ପୋରଣ ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ଲିଲି ବିଭତ୍ସ ଭାବେ ମୃତ୍ୟୁ ଘଟିଥିବାବେଳେ ଘର ବାହାରେ ଠିଆ ହୋଇଥିବା ତାଙ୍କ ୯ବର୍ଷର ଝିଅ ଓ ୨୦ବର୍ଷର ଝିଆରୀ ଗୁରୁତ୍ତର ଆହାତ ହୋଇଥିଲେ । ଖବରପାଇ ବୋଲଗଡ ଅଗ୍ନିସମ ବାହିନୀ ଓ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଆହାତ ମହିଳାଙ୍କୁ ତୁରନ୍ତ ନିକଟସ୍ଥ ବୋଲଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ମହିଳାଙ୍କର ଖଣ୍ଡ ବିଖଣ୍ଡିତ ଶରୀରକୁ ଯଗିରହି ସାଇଣ୍ଟିଫିକ୍ ଟିମ୍ କୁ ଅପେକ୍ଷା କରିଥିଲେ । ସନ୍ଧ୍ୟା ସୁଦ୍ଧା ଘଟଣାସ୍ଥଳକୁ ଭୁବନେଶ୍ୱରରୁ ସାଇଣ୍ଟିଫିକ୍ ଟିମ୍ ,ଖୋର୍ଦ୍ଧା ଏସଡିପିଓ ,ବୋଲଗଡ ଥାନା ଅଧିକାରୀ ପ୍ରମୁଖ ତଦନ୍ତ ଚାଲୁରଖିଛନ୍ତି । ଶବବ୍ୟବଛେଦ ପାଇଁ ଆସନ୍ତାକାଲି ଖୋର୍ଦ୍ଧାଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବ ବୋଲି ସୂଚନା ମିଳିଛି । ଆହାତ ଦୁଇ ମହିଳା ଗିରୁତ୍ତର ଥିବାରୁ ତାଙ୍କୁ ଖୋର୍ଦ୍ଧା ମେଡିକାଲକୁ ପଠାଯାଇଛି । ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଠିହୋଇଛି ।

ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା

error: Content is protected !!