ନକଲି ପ୍ରମାଣପତ୍ରରେ ଡାକ ବିଭାଗ ପଦବୀ ହାସଲ ମାମଲାରେ ଆଉ ୫ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଅଭିଜିତ ଭକତ ଗିରଫ ହୋଇଥିଲା। ଅଭିଯୁକ୍ତ ମାମଲାରେ ସଂପୃକ୍ତ ଅନ୍ୟ ୧୬ ଜଣ ମଧ୍ଯ ଗିରଫ ହୋଇଥିଲେ। ସମୁଦାୟ ୩୮ ଜଣ ଗ୍ରାମୀଣ ଡାକ ସେବକ ପଦବୀ ହାସଲ କରିଥିଲେ। ନକଲି ଶିକ୍ଷାଗତ ପ୍ରମାଣ ପତ୍ର ପ୍ରଦାନ କରି ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇବାକୁ ଉଦ୍ୟମ କରିବା ଅଭିଯୋଗରେ ରାଜ୍ୟ କ୍ରାଇମବ୍ରାଞ୍ଚ ଟିମ ଆଉ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ପାଞ୍ଚଜଣ ମୁରିବାହଲର କୁଳମଣି ରାଣା (୨୪), ବଲାଙ୍ଗୀର ସଦର ଥାନା କୁଟମଦୋଳାର ଅଜାଉଦିନ କୁମ୍ଭାର (୨୮), ଜଗନ୍ନାଥ ପଡାର ରଜତ କୁମାର ନାଏକ (୩୨), ବଲାଙ୍ଗୀର ଥାନା ଅଞ୍ଚଳର ସୁଧିର ଭୁଏ (୨୭) ଏବଂ ସୁବର୍ଣ୍ଣପୁର ଅଞ୍ଚଳର ତୋଫାନ ବାଗ (୪୫) ।
ଖୋର୍ଦ୍ଧା,ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.