ବେଗୁନିଆପଡା, (ଆମ ଓଡିଶା ଖବର): ବେଗୁନିଆପଡା ବଜାର ହେଉଛି ଏହି ଅଞ୍ଚଳର ଏକ ପ୍ରମୁଖ ବ୍ୟବସାୟିକ ମାର୍କେଟ | ଦୈନିକ ହଜାର ହଜାର ସଂଖ୍ୟକ ବ୍ୟବସାୟୀ, ସାଧାରଣ ଲୋକେ ଏହି ମାର୍କେଟ ଉପରେ ନିର୍ଭର କରିଥାନ୍ତି | କିନ୍ତୁ ମୁଖ୍ୟ ରାସ୍ତା ଅଣ ଓସାରିଆ ହେତୁ ଗାଡି ପାର୍କିଙ୍ଗ ସୁବିଧା ନଥିବା ବେଳେ ସନ୍ଧ୍ୟା ସମୟରେ ଶହ ଶହ ଗାଈ ଗୋରୁ ଏହି ରାସ୍ତା ଉପରେ ଚଳ ପ୍ରଚଳ କରି ରାସ୍ତା ଅବରୋଧ କରୁଥିବା ଦେଖିବାକୁ ମିଳିଛି | କେବଳ ବେଗୁନିଆପଡା ବଜାର ନୁହେଁ ବରଂ ବେଗୁନିଆପଡା ଥାନା ସମ୍ମୁଖ, ବେଗୁନିଆପଡା ବ୍ଲକ ସମେତ କଞ୍ଚଣା ମୁଖ୍ୟ ରାସ୍ତାରେ ଗାଈ ଗୋରୁ ମାନେ ରାସ୍ତା ଉପରେ ଶୋଇ ରହି ରାସ୍ତା ଅବରୋଧ କରିବା ଫଳରେ ଏକ ଅପ୍ରାକୃତିକ ଟ୍ରାଫିକ ଜାମ ହେଉଥିବା ଦୃଷ୍ଟି ଗୋଚର ହୋଇଛି | ଯାହା ଫଳରେ ଛୋଟ ଛୋଟ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଏଥିରେ ଗାଈ ଗୋରୁ ମାନେ ମଧ୍ୟ ଆହତ ହେଉଥିବା ଦେଖା ଦେଇଛି | ତେବେ ଏହି ଗାଈ ଗୋରୁ କାହାର ତାହାର ସ୍ପଷ୍ଟ ସୂଚନା ନଥିବା ବେଳେ ଏତେ ସଂଖ୍ୟାରେ ଗାଈ ଗୋରୁ କେମିତି ରାସ୍ତାକୁ ଆସୁଛନ୍ତି ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଏହି ଗାଈ ଗୋରୁ କାହାର ବ୍ୟକ୍ତିଗତ କି ନା ତାହା ଜଣା ପଡ଼ିନାହିଁ | ଏ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ହୋଇ ପଡିଛି |
ରିପୋର୍ଟ:ଦେବାଶିଷ ମହାରଣା


More Stories
ଆସ ବହିଟିଏ କିଣିବା ଦିବସ ପାଳିତ l
ବି.ନୁଆଁଗାଁ ପିଏମଶ୍ରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ l
ଆମ ପୋଷାକ ଆମ ପରିଚୟ ଦିବସ ପାଳିତ l