ରାୟଗଡା ଜିଲ୍ଲା (ଆମ ଓଡିଶା ଖବର) ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପୌରହିତ୍ୟରେ ଏବଂ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଅଦ୍ୟ ତା-୨୧.୦୬.୨୦୨୫ ରିଖ ଶନିବାର ଦିନ ସକାଳ ଘ.୭.୩୦ମି ରେ ସ୍ଥାନୀୟ ରାୟଗଡା ସିଭିଲ କୋଟ୍ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ସଞ୍ଜିତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍(ପୋକ୍ସ) ଶ୍ରୀମତି ସ୍ୱେତା ମିଶ୍ର, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ଅପର୍ନା ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସସ୍ମିତା ମିଶ୍ର, ରେଜିଷ୍ଟ୍ରାର ଶ୍ରୀ ରାଣା ଘୋସ୍, ଉପଖଣ୍ଡୀୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, ରାୟଗଡା ବାର ଆସୋସିଏସନର ସମସ୍ତ ଆଇନଜିବୀ, ରାୟଗଡା ଜିଲ୍ଲା ଅଦାଲତର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ I ସେହିପରି ରାୟଗଡା ଜିଲ୍ଲାର ସେଣ୍ଚରିଆନ ପବ୍ଲିକ ସ୍କୁଲ, ରାୟଗଡା ଉପକାରାଗାର ଓ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ, ରାୟଗଡା ପରିସରରେ ମଧ୍ୟ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେବା ସହିତ ଏକ ଆଇନ ସଚେତନତା ଶିବିର ମଧ୍ୟ ଅନୁଷ୍ଠିତ ହେଇଯାଇଛି I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ର ଉଦ୍ଦେଶ୍ୟ, ଆଭିମୁଖ୍ୟ ଏବଂ NALSA ର ବିଭିନ୍ନ ଯୋଜନା ଉପରେ ଉପସ୍ଥିତ ଥିବା ଅଂଶଗ୍ରହଣକାରୀମାନଙ୍କୁ ବିସୃତ ଭାବରେ ସଚେତନ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଅଂଶଗ୍ରହଣକାରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ‘ସ୍ପର୍ଶ’ (ଜେ.କେ. ପେପର୍ ମିଲ୍ ସି.ଏସ.ଆର) ର ମିଳିତ ଆନୁକୂଲ୍ୟରେ ‘ଯୁବ ସମ୍ବଳ କେନ୍ଦ୍ର’ ଉଦଘାଟିତ।
ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ।
ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ “କୁମ୍ଭୀର ସଂରକ୍ଷଣର ସୁବର୍ଣ୍ଣ ଜୟନ୍ତୀ” ବିଷୟରେ ପାଠଚକ୍ର ଅନୁଷ୍ଠିତ।