କୋରାପୁଟ /ଲଷ୍ମୀପୂର (ଆମ ଓଡିଶା ଖବର) ତାରିଖ ୨୦/୦୬/୨୦୨୫
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କୋରାପୁଟ ଜିଲ୍ଲା ଲଷ୍ମୀପୂର ବ୍ଲକ ଅନ୍ତର୍ଗତ କୁସୁମଗୁଡା ଉଚ୍ଚ ବିଦ୍ୟାଳୟରେ ଏକ ଉତ୍ସାହପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ବିଦ୍ୟାଳୟର ଶ୍ରେଣୀ ଗୃହ ଠାରେ ସକାଳ ୬:୩୦ ଘଟିକା ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଉପସ୍ଥିତ ହୋଇଥିଲେ।
ଯୋଗ ଶିବିରର ଆରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀମାନ ମାନସ ରଞ୍ଜନ ଜେନା ସ୍ବାଗତ ଉଦ୍ବୋଧନ ଦେବା ପରେ ଶ୍ରେଣୀରେ ଥିବା ସ୍ମାର୍ଟ୍ ବୋର୍ଡ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ର ଲାଇଭ୍ ଟେଲିକାଷ୍ଟ ଚାଳିତ ହୋଇଥିଲା ଏହାକୁ ସମସ୍ତେ ଉତ୍ସାହର ସହ ଦେଖିଥିଲେ ।
ଏହା ପରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅକ୍ଷୟ କୁମାର ପଣ୍ଡା ଏବଂ କଳା ଶିକ୍ଷକ ମୁକୁନ୍ଦ ବିଷୋୟୀ ଯୋଗ ର ଉତ୍ପତ୍ତି, ମାନସିକ ଓ ସାରିରିକ ସ୍ୱାସ୍ଥ୍ୟ ଉପରେ ତାହାର ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ।
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଜିତ୍ ଖୋସ୍ଲା ବିଜ୍ଞାନ ଯୋଗକୁ କିପରି ସମର୍ଥନ କରେ ତାହା ଉପସ୍ଥିତ ସମସ୍ତଙ୍କୁ ବୁଝାଇ ଥିଲେ ।
ବରିଷ୍ଠ ଶିକ୍ଷକ ମୋନୋରଞ୍ଜନ ନନ୍ଦ ପ୍ରାଚୀନ ଭାରତରେ ଯୋଗର ଗୁରୁତ୍ୱ ବିଷୟରେ ବୁଝାଇଥିଲେ।
ଖେଳ ଶିକ୍ଷକ ରାଜୀବ ଲୋଚନ ସ୍ୱାଇଁ ଏବଂ କଳା ଶିକ୍ଷକ ଲଳିତ ମହୋନ ଦେଓ ଙ୍କ ଦ୍ଵାରା ବିଭିନ୍ନ ଯୋଗ ଆସନ ଦେଖାଯାଇଥିଲା ଓ ଛାତ୍ରଛାତ୍ରୀମାନେ ସେଗୁଡିକୁ ଅଭ୍ୟାସ କରିଥିଲେ।
ପରିଶେଷରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମାନସ ରଞ୍ଜନ ଜେନା ଅନ୍ତର୍ଜାତୀୟ ଯୋଗ ଦିବସର ଗୁରୁତ୍ୱ ବିଷୟରେ ଅନୁଭବ ଅଭିବ୍ୟକ୍ତ କରି ବିଦ୍ୟାଳୟର ସମସ୍ତଙ୍କୁ ନିୟମିତ ଯୋଗ ଅଭ୍ୟାସ କରିବାକୁ ପ୍ରୋତ୍ସାହିତ କରିଥିଲେ। ଏବଂ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ପ୍ରମିତା ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଖୋସ୍ଲା ଙ୍କୁ ରିପୋର୍ଟ ଆମ ଓଡିଶା ଖବର


More Stories
ନିଅନ୍ତ୍ରଣ ହରାଇ ପିକଅପ ଭ୍ୟାନ ଦୁର୍ଘଟଣା।
ବିନା ନିରାପତ୍ତା ରେ କୋଟି କୋଟି ଟଙ୍କା ର କାର୍ଯ୍ୟ କରି ଯାତ୍ରୀ ଙ୍କୁ କଟୁ ଶବ୍ଦ ସହ ନାଲି ଆଖି ଦେଖାଉଛି ଏ ଆର୍ ଏସ୍ ଏସ୍ କମ୍ପାନୀ
କନିଷ୍ଠ କିରାଣୀ, ବ୍ଲକ ଏଜୁକେସନ ଅଫିସ, ସମ୍ବିତ ତ୍ରିପାଠି ଠକେଇ କାରନାମାରେ ବନ୍ଧାହେଲେ ଓଡିଶା ଭିଜିଲାନ୍ସ ଦ୍ବାରା।