ବେଗୁନିଆପଡା (ଦେବାଶିଷ):
ବେଗୁନିପଡା (ଆମ ଓଡ଼ିଶା ଖବର )୨୦୨୩ -୨୪ ବର୍ଷ ର ଜାତୀୟ ଆୟ ଭିତିକ ମେଧା ବୃତ୍ତି ପରୀକ୍ଷା ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେରୁଆଁବାଡ଼ି ଗ୍ରାମପଞ୍ଚାୟତ ର ସାତନଳ ଗ୍ରାମର ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା ଓ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଙ୍କ କନ୍ୟା ପ୍ରାଚୀପ୍ରଜ୍ଞା ପଣ୍ଡା ଗଞ୍ଜାମ ଜିଲ୍ଲା ରେ ଉତ୍ତମ ପାରଦର୍ଶିତା ହାସଲ କରିଛନ୍ତି | ପ୍ରାଚୀପ୍ରଜ୍ଞା ସାତନଳ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି | ସଫଳତା ର ଶ୍ରେୟ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ସହିତ ନିଜ ଜେଜେବାପା, ମାଆ ଓ ବାପା ଙ୍କୁ ଦେଇଛନ୍ତି | ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି |
More Stories
ନକଲି ପ୍ରମାଣପତ୍ରରେ ଚାକିରି ଆଉ ୫ ଜଣ ଅଭିଯୁକ୍ତ ଗିରଫ।
ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ସାଙ୍ଗଠନିକ ବୈଠକ ।
ଭୁବନେଶ୍ବର ଆଇନ ମହାବିଦ୍ୟାଳୟକୁ ମିଳିଲା ବିସିଆଇ ଅନୁମୋଦନ।