କୋଦଳା, (ଆମ ଓଡିଶା ଖବର): ଗୁରୁବାର ଦିବା 11. 00 ଘଟିକା ସମୟରେ କୋଦଳା ସ୍ଥିତ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଜୀବନକୁ ହଁ ନିଶାକୁ ନାଁ କାର୍ଯ୍ୟକ୍ରମର ଉଯାପନୀ ଦିବସ ପାଳିତ ହୋଇଥିଲା | ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରିଥିଲେ | ସ୍ଥାନୀୟ ଅଂଚଳର ଲବ୍ଧପ୍ରତିଷ୍ଠିତ ସମାଜସେବୀ ତଥା ଅଧ୍ୟାପକ ଏବଂ ଜଗନ୍ନାଥ ସଂସ୍କୃତି ବିଷାରଦ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ଦାଶ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଛାତ୍ରଛାତ୍ରୀଙ୍କ ନିକଟରେ ଉପସ୍ଥାପନା କରିଥିଲେ | ମହାବିଦ୍ୟାଳୟର ଅଧକ୍ଷ ଆଜିର କାର୍ଯ୍ୟକ୍ରମକୁ ସରକାରଙ୍କ ଏକ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ ଭାବେ ମତାମତ ରଖିଥିଲେ | ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର, ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀମତୀ ରଞ୍ଜୁବାଳା ନନ୍ଦ, ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ର ଆଜିର କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କାରିଥିଲେ | ବିଗତ ଦିନରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ରଚନା, ତର୍କ, ଚିତ୍ରକଳା , କୁଇଜ଼ ଆଦି ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା | ଶେଷରେ ଏକ ଶପଥ ପାଠ ସହ ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ସପନ କୁମାର ଦାଶ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସାଙ୍ଗ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ |
ରିପୋର୍ଟ :ଦେବାଶିଷ ମହାରଣା
More Stories
ବେଗୁନିଆପଡା ପୋଲିସ ଦ୍ୱାରା ହୋମିଓ ମେଡିସିନ ସ୍ପିରିଟ ଜବତ
ଗଞ୍ଜାମ ଜିଲ୍ଲା ଚମାଖଣ୍ଡୀ ମୂଖ୍ୟ ରାଜପଥ ନିକଟରେ ଦୁଇଟି କାର ମଧ୍ୟରେ ସଡ଼କ ଦୁର୍ଘଟଣା।
ଆମ ସଂକଳ୍ପ ନିଶା ନୁହେଁ ଜୀଵନ କାର୍ଯ୍ୟକ୍ରମ ଅନୁଷ୍ଠିତ