ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର):-ତା :- ୦୨/୦୭/୨୫
ରାୟଗଡା ସହରର ସର୍ବ ପୁରାତନ ଲେଡିସ କ୍ଳବ୍ ଆନୁକୂଲ୍ୟରେ ସ୍ତାନିୟ ଲାୟନ୍ସ କ୍ଳବ ପରିସରରେ “ଜାତୀୟ ଚିକିତ୍ସକ ଦିବସ-୨୦୨୫” ପାଳନ କରାଯାଇଅଛି। ଏହି ଅବସରରେ ରାୟଗଡା ସହରର ମହିଳା ଚିକିତ୍ସକ ମାନଙ୍କୁ ଯଥା ଡାକ୍ତର ମମତା ଚୌଧୁରୀ- ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ରୋଗ ନିୟନ୍ତ୍ରଣ), ଡାକ୍ତର ମମତା ସାହୁ-ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ଲେପ୍ରୋସି), ଡାକ୍ତର ଭୋଗୀ ସ୍ୱରୂପା-ଦନ୍ତ ଶଲ୍ୟ ଚିକିତ୍ସକଙ୍କୁ ଉପଢୌକନ ଓ ଫୂଲତୋଡ଼ା ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଯାହାକି ମହିଳା ମାନଙ୍କୁ ଉଚ୍ଚାହିତ କରିବା ଏହାର ମୁଳ ଲକ୍ଷ୍ୟ ଅଟେ। ଉକ୍ତ ମହିଳା କ୍ଲବ ବିଭିନ୍ନ ସମୟରେ ଏହିପରି ମହିଳା ମାନଙ୍କର ଯୋଗ୍ୟତା ଓ ପ୍ରତିଭାକୁ ସମ୍ମାନ ଦେଇ ଆସୁଅଛି। ଚଳିତ ବର୍ଷ କ୍ଲବର ନୂତନ ସଭାପତି ଭାବେ ଶ୍ରୀମତୀ କସ୍ତୁରୀ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ତାଙ୍କ ପୌରୋହିତ୍ୟରେ ସମସ୍ତ କାର୍ଯକ୍ରମ ସମ୍ପାଦନ କରାଯାଇଥିଲା। କ୍ଲବର ନୂତନ ସମ୍ପାଦକ ଶ୍ରୀମତୀ ସି ଏଚ ଇତିଶ୍ରୀ ପାତ୍ର ଓ କୋଷାଧକ୍ଷ ଶ୍ରୀମତୀ ବୁରୁଡି ଲକ୍ଷ୍ମୀ ତଥା ସମସ୍ତ ସମ୍ମାନିତ ସଭ୍ୟା କାର୍ଯକ୍ରମର ସଫଳ ରୂପାୟନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। କ୍ଲବର ବରିଷ୍ଠ ତଥା ଉପଦେଷ୍ଠା ଶ୍ରୀମତୀ ଅଳକା ଦାସ ମହୋଦୟାଙ୍କ ଦିଗଦର୍ଶନରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।