ରାୟଗଡା ଜିଲ୍ଲା (ଆମ ଓଡିଶା ଖବର)
ଉତ୍କଣ୍ଠା ର ସହ ପୁଅ କହିଲା
ବାପା ହେ ବାପା
ନ ହୁଅ ଖପା
ପଚାରୁଛି ଯାହା ଦିଅ ଉତ୍ତର
ଆହେ ପିଅର
କାନ ଯାହା ଏବେ ଶୁଣିଲା
ଆଖି ଦେଖିଲା
ମନେ ମୋର ବଡ ସନ୍ଦେହ ହେଲା
ଉତ୍କଣ୍ଠାର ସହ ପୁଅ କହିଲା।୨।
କାଲି ସନା ଭାଇ ତା ନାଁ ପାଖେ
ଡ଼କ୍ଟର ଲେଖେ
ଏହା କି ପ୍ରଥା
ଅକୁହା କଥା
ଡଃ ସନାତନ
ଏକି ସମ୍ମାନ
କହି ଦିଅ ମୋତେ ଟିକିଏ ଭଲା
ଦଶ ବରଷ ର ପୁଅ କହିଲା।୨।
ପୁଅ କଥା ଶୁଣି ଦେଲି ଉତ୍ତର
ହେ ବୀର ବର
ଡଃ ଅର୍ଥ ଡହରା
ଏଇଠି ପରା
ବିକା ହେଉଛି
(ଯେ) ଟଙ୍କା ଦେଉଛି
ପନ୍ଦର ହଜାରେ ସିଏ କିଣିଲା
ମୋ ଠାରୁ ଉତ୍ତର ପୁଅ ପାଇଲା।୩।
ବିନ୍ଦୁ ବିସର୍ଗ ସେ କିଛି ଜାଣିନି
ଅର୍ଥ ବୁଝିନି
ନାହିଁ ସେ ପାଠ
ବେଏଣ୍ଟା କାଠ
ପଇସା ଦେଲା
ଫମ୍ପା କିଣିଲା
ନାଆଁ ଆଗ ପଛ ଲଗେଇ ଦେଲା
ମୋ ଠାରୁ ଉତ୍ତର ପୁଅ ପାଇଲା।୫।
ଆଗକୁ ଆସିବ ପ୍ରତ୍ୟେକ ଘରେ
ମାଆ ପେଟରେ
ଲାଗିବ ଡ଼ଃ (ହ)
ଡହରା କହ
ଡହରା ବିନା
ଜନ୍ମ ହୁଏନା
ସଂସାର ଟା ସାରା ଡହରା ହେଲା
ପୁଅ ଶୁଣି ମୁଣ୍ଡେ ହାତକୁ ଦେଲା।୬।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।