
ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ରାୟଗଡ଼, ୫.୭.୨୦୨୫ : ଆଞ୍ଚଳିକ ଖବର କାଗଜରେ ପ୍ରକାଶିତ ଡାଇରିଆ ପରିସ୍ଥିତି ସମୀକ୍ଷା କରିବା ନିମନ୍ତେ, ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜନ ସ୍ୱାସ୍ଥ୍ୟ ଵିଭାଗ ର ବରିଷ୍ଠ ଚିକତ୍ସା ଅଧିକାରୀ ଡା ମଦନ ମୋହନ ପ୍ରଧାନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ରାଜ୍ୟ କାର୍ଯ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅଦ୍ୱେତ ପ୍ରଧାନ ଏବଂ ଗ୍ରାମୀଣ ଜଳ ଯୋଗାଣ ବିଭାଗ ତରଫରୁ ମୁଖ୍ୟ ଯନ୍ତ୍ରୀ ଶ୍ରୀ ନାରାୟଣ ପ୍ରସାଦ ଗାନ୍ଧୀ ଓ ଲାବ ଆସିଷ୍ଟାଣ୍ଟ ଶ୍ରୀ ଅବନୀ କୁମାର ବରାଳ ମିଳିତ ଭାବେ ଗତ ୩-୪ ଜୁଲାଇ ରେ ଦୁଇ ଦିନିଆ ରାୟଗଡ଼ ଗସ୍ତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଗ୍ରାମୀଣ ଜଳ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଅଧିକାରୀ ମାନେ ରାଜ୍ୟ ଅଧିକାରୀଙ୍କ ସହିତ ପ୍ରମୁଖ ସ୍ଥାନ ଗୁଡିକୁ ଗସ୍ତ କରିଥିଲେ |
ବରିଷ୍ଠ ଅଧିକାରୀ ମାନେ ରା ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଗ୍ରାମାଞ୍ଚଳ ସ୍ତରରେ ଡାଇରିଆ ଓ ମ୍ୟାଲେରିଆର ନିବାରଣ ନିମନ୍ତେ ପ୍ରସ୍ତୁତି , କାର୍ଯ୍ୟପନ୍ଥା ଏବଂ ଏହାର ନିବାରଣ ନିମନ୍ତେ କାର୍ୟ୍ଯନ୍ଵୟନ ସ୍ଥିତି ଯାଞ୍ଚ କରିବା ନିମନ୍ତେ ରାୟଗଡ଼ ଜିଲ୍ଲା କୁ ଦୁଇ ଦିନିଆ ଗସ୍ତ ରେ ଆସିଥିଲେ | ଖବର କାଗଜରେ ପ୍ରକାଶିତ ଅଂଚଳ ଗୁଡିକୁ ଗତ ୩ ତାରିଖ ଦିନ ରାୟଗଡ଼ ବ୍ଲକ ର କୁଲି, କାନ୍ଦିଲି ଓ ପିତାମହଲ ଗ୍ରାମ ପରିଦର୍ଶନ କରିଥିବା ବେଳେ କୋଲନରା ବ୍ଲକ ର ସୁରି ଅଂଚଳ ପରିଦର୍ଶନ କରିଥିଲେ | ସେମାନେ ଗ୍ରାମବାସୀ ତଥା ପ୍ରକାଶିତ ଖବର ରେ ଉଲ୍ଲେଖ ଥିବା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭେଟିଥିଲେ | ସମସ୍ତ ପରିସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରି ଡାଇରିଆ ପରିସ୍ଥିତି ଉପୁଜିନଥିବା ସେମାନଙ୍କ ନଜିର କୁ ଆସିଥିଲା | ଏପରିକି ସେହି ଅଂଚଳ ମାନଙ୍କରେ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ରୋଗୀ ଥିବା ସୂଚନା ମଧ୍ୟ ମିଳି ନ ଥିଲା | ପରବର୍ତୀ ସମୟରେ ରାଜ୍ୟ ଅଧିକାରୀ ମାନେ ଉକ୍ତ ଅଂଚଳର ଲୋକମାନଙ୍କ ସହ ଏକ ସାଧାରଣ ସଭା କରି ଗ୍ରାମବାସୀ ଙ୍କୁ ବ୍ୟାପକ ସତର୍କତା ର ଅବଲମ୍ବନ କରିବା ପାଇଁ ସୁଚାଇଥିଲେ | ମାଛି ବସା, ପଚାସଢା ଓ ବାସୀ ଖାଦ୍ଯ ନ ଖାଇବା ପାଇଁ, ଦୂଷିତ ନଳକୂପ ପାଣି ନ ପିଇ ପାଣି ଫୁଟାଇ ପିଇବାପାଇଁ କହିବା ସହିତ ନିଜ ଗ୍ରାମ ତଥା ଘର ଆଖ ପାଖ ଅଂଚଳ କୁ ପରିସ୍କାର ପରିଚ୍ଛନ ରଖିବା ପାଇଁ କହିଥିଲେ |
ରାଜ୍ୟ ଅଧିକାରୀ ମାନେ ସେମାନଙ୍କ ଗସ୍ତର ଦ୍ୱିତୀୟ ଦିନ କାଶୀପୁର ବ୍ଲକ ର ଟିକିରି ଅଂଚଳ ଏବଂ ଅନ୍ୟ ହଇଜା ପ୍ରବଣ ଗ୍ରାମ ଗସ୍ତ କରିଥିଲେ | ଅଧିକାରୀ ମାନେ ହଇଜା ପ୍ରବଣ ଗ୍ରାମ କୋରାପୁଟ ସାହି, ଝୋଡିଆ ସାହି, ହରିଜନ ସାହି, ଟିକରାପଡା, ମାଇକଞ୍ଜ , ଦୁଡୁକାବାହାଲ ଓ ଶଂକରଡା ଗ୍ରାମ ପରିଦର୍ଶନ କରି ଡାଇରିଆ ଓ ମ୍ୟାଲେରିଆର ନିବାରଣ ନିମନ୍ତେ ପ୍ରସ୍ତୁତି , କାର୍ଯ୍ୟପନ୍ଥା ଅନୁଧ୍ୟାନ କରିଥିଲେ | ଡାଇରିଆ ଓ ମ୍ୟାଲେରିଆ ମୁକାବିଲା ନିମନ୍ତେ ସମସ୍ତ ଗ୍ରାମ ପ୍ରାୟ ସଚେତନ ଥିବା ଜାଣିବାକୁ ପାଇଥିଲେ | ଡାଇରିଆ ନିବାରଣ ଅଭିଯାନ ଯାହା ଗତ ଜୁନ ମାସ 16 ତାରିଖ ରୁ ଆରମ୍ଭ ହୋଇଛି ଏବଂ ଏହି ଅଭିଯାନ ଚଳିତ ମାସ 31 ତାରିଖ ଯାଏଁ ଚାଲୁ ରହିବ | ଏହି ଅଭିଯାନ ସମୟ ରେ ଗୋଷ୍ଠୀ ସ୍ତରରେ କିପରି ଡାଇରିଆ ର ସଂକ୍ରମଣ କୁ ପ୍ରତିରୋଧ କରଯାଇ ପାରିବ ସେଥିପାଇଁ ଉନ୍ନତ ପରିମଳ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ପରିଷ୍କାର ପରିଚ୍ଛନତା , ହାତ ଧୁଆ ଅଭ୍ଯାସ ଓଆରଏସ ର ବ୍ୟବହାର ଭଳି ପ୍ରସଙ୍ଗ ଉପରେ ଆଶା, ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀ ମାନେ ଘର ଘର ବୁଲି ପରାମର୍ଶ ଦେବା ସହିତ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫ ରୁ ଗ୍ରାମାଞ୍ଚଳ ରେ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ସୁଚାରୁ ରୂପେ ଚାଲୁ ଅଛି | ଏପରିକି ମ୍ୟାଲେରିଆ ନିବାରଣ ନିମନ୍ତେ ସମସ୍ତଙ୍କ ନିକଟରେ ଔଷଧ ବୁଡା ମଶାରୀ (LLIN ) ମହଜୁଦ ଥିବା ଜାଣିବାକୁ ପାଇଥିଲେ କିନ୍ତୁ ଏହାର ପ୍ରତ୍ୟହ ବ୍ୟବହାର ହାର ବିଶେଷ ଭାବେ କାମ ଥିବା ଜାଣିବାକୁ ପାଇଲେ | ଅତଏବ ଗ୍ରାମବାସୀ ଙ୍କୁ ଏହାର ନିୟମିତ ବ୍ୟବହାର କରିବା ପାଇଁ ସଚେତନ କରିଥିଲେ | ଶେଷରେ ଶଂକରଡ଼ା ଗ୍ରାମରେ ଆୟୋଜିତ ଦମନ ଶିବିର ବୁଲିଦେଖିଥଲେ |
ଗସ୍ତ ଶେଷରେ ଅଧିକାରୀ ସେମାଙ୍କର ଦୁଇଦିନିଆ ଗସ୍ତର ଅନୁଧ୍ୟାନ ତଥ୍ୟ ଜିଲ୍ଲାପାଳ ଙ୍କ ସମୁଖରେ ଉପସ୍ଥାପନା କରିଥିଲେ | ଏହି ସମ୍ପର୍କିତ କାର୍ଯ୍ୟପନ୍ଥା ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିବା ସହ ଡାଇରିଆ ଓ ମ୍ୟାଲେରିଆ ନିବାରଣ କରିବା ପାଇଁ ଏହାର ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ସମସ୍ତ ସରକାରୀ ବିଭାଗ ଓ ବେସରକାରୀ ସଂସ୍ଥା ତଥା ଗଣମାଧ୍ୟମ ମିଳିତ ଭାବେ ସହଯୋଗ କରିବା ନିମନ୍ତେ ମଧ୍ୟ ଅନୁରୋଧ କରିଥିଲେ |

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
ନିୟମଗିରି ରୁ”ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳପିଏମ ଜନମନ ସହ ସମ୍ୱନ୍ୱିତ ଲକ୍ଷ୍ୟ ହାସଲ ନେଇ ଏକ ଅନନ୍ୟ ପ୍ରୟାସ I
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ।