ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର )- ଅଦ୍ଯ ତା୧୩.୭.୨୫ ରିଖ ରବିବାର ମଧ୍ଯାହ୍ନରେ ରାୟଗଡ଼ ବ୍ଲକ୍ ଗାଜିଗାଁ ପଞ୍ଚାୟତ ଅନ୍ତର୍ଗତ ଚମ୍ଫିକଟା ଗ୍ରାମରେ ଜୟଦେବ ସିଠ ଙ୍କ ସାଧୁ ଉଦ୍ଯମ ଓ ସେବା ନିବୃତ୍ତ ଶିକ୍ଷକ ତ୍ରିନାଥ ପଣ୍ଡା ଏବଂ ଆନନ୍ଦ ପଣ୍ଡା ଦ୍ବୟଙ୍କ ସେବା ସହାୟତା ରେ ଲୋକମାନଙ୍କୁ ହନୁମାନ ଚାଳିଶା ବଣ୍ଟନ କରାଯିବା ସହ ଚାଳିଶା ପଠନର ଉପାଦେୟତା ସଂପର୍କରେ ଜୟଦେବ ସିଠ ମହାଶୟ ପରାମର୍ଶ ଦେଇ ଜୟ ଶ୍ରୀରାମ ଧ୍ବନି ଉଚ୍ଚାରଣ କରାଇଥିଲେ। ସନାତନ ହିନ୍ଦୁ ଧର୍ମ ସୁରକ୍ଷା ପାଇଁ ସଂକଳ୍ପ କରାଇଥିଲେ। ଗୋ ସୁରକ୍ଷା ପାଇଁ ସଚେତନ କରାଇଥିଲେ। ବର୍ଜ୍ଯ ପାନୀୟ ଗ୍ରହଣ ନକରିବା ପାଇଁ ପରାମର୍ଶ ଦେଇଥିଲେ। ଗାଁର ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଛତା ଓ ପାଠ୍ୟ ଉପକରଣ ସହ ବିସ୍କୁଟ୍ ବାଣ୍ଟି ଥଲେ। ଉକ୍ତ କାର୍ଯ୍ୟକ୍ରମ ର ସଂପୂର୍ଣ୍ଣ ଦାୟିତ୍ୱ ଚମ୍ପକଟା ଗ୍ରାମର ଶ୍ରୀ ରୋଶନ କୁମାର ପାଣିଗ୍ରାହୀ ଭାଇ ତୁଲାଇବାରେ ମନୋପୂତ ସହଯୋଗ କରିଥଲେ। ପଞ୍ଚାୟତ ମୁଖ୍ଯ ରଂଜିତ ଭାଇ ଉପସ୍ଥିତ ରହି ଭାରତୀୟ ଧର୍ମ ମାନି ଚଳିବା, ମାତାପିତାଙ୍କୁ ଭକ୍ତି କରିବା, ଗୁରୁଜନଙ୍କ କଥା ମାନି ଚଳିବା କଥା ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ। ଏପରି କାର୍ଯ୍ୟକ୍ରମ ଆଉଥରେ ଆମ ଅଂଚଳରେ କରିବାକୁ ରୋଶନ ଭାଇ ଓ ରଂଜିତ ଭାଇ ପ୍ରସ୍ତାବ ରଖି ଅଦ୍ଯ ଦିନର କାର୍ଯ୍ୟକ୍ରମ ସମାପନ କରାଯାଇ ଥିଲା।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।