କବି ସୁବାସ ଚନ୍ଦ୍ର ବେହେରାଙ୍କ ଦୁଇଟି କବିତା ପୁସକ୍ତ ଉନ୍ମୋଚନ।

ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଗତ ୧୨। ୭। ୨୫ ଶନିବାର ରୟାଗଡ଼ ଜିଲ୍ଲା, ସଦର ମହୁକୁମା, ବିବେକାନନ୍ଦ ବିଦ୍ୟା ମନ୍ଦିର ପରିସରରେ ସନ୍ଦ୍ୟା ଚାରି ଘଟିକା ସମୟରେ, ବହୁ ମାନ୍ୟଗନ ବ୍ୟକ୍ତିଙ୍କ ଉପସ୍ଥିତିରେ,କବି ସୁବାସ ଚନ୍ଦ୍ର ବେହେରାଙ୍କ ରଚିତ ଦୁଇଟି କବିତା ପୁସ୍ତକ,ଶବ୍ଦର ଦୋଳି ଖେଳ ଓ ନିର୍ବାଣ ଉନ୍ମୋଚନ ହୋଇ ଯାଇ ଅଛି। ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଡ଼ ଦୁଷ୍ମନ୍ତ କୁମାର ମହାନ୍ତି,ସେ ଏକାଧାରରେ ଜଣେ ଅବସର ପ୍ରାପ୍ତ ପ୍ରାଧ୍ୟାପକ, ବିଶିଷ୍ଟ ସ୍ତମ୍ଭକାର ଓ ସୁ ସାହିତ୍ୟକ। ମୁଖ୍ୟ ବକ୍ତା ଭାବେ ସ୍ଥାନ ଅଳଙ୍କୃତ କରିଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ, ପଞ୍ଚବଟୀ ପତ୍ରିକାର ସମ୍ପାଦକ, ସୁ କବି ଶ୍ରୀଯୁକ୍ତ ସୁଶାନ୍ତ ନାୟକ।
ମୁଖ୍ୟ ବକ୍ତା ଭାବେ ଆସନ ଗ୍ରହଣ କରିଥିଲେ ସୁଦୂର ଯାଜପୁର ର ଆସିଥିବା ଅବସର ପ୍ରାପ୍ତ ଶିକ୍ଷକ, ଜ୍ଞାନୀ ପଣ୍ଡିତ, ଶ୍ରୀଯୁକ୍ତ ଦାମୋଦର ପଣ୍ଡା ମହୋଦୋୟ।ସନ୍ନମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ, କିବି, ଗାଳ୍ପିକ, ସୁବକ୍ତା ଶ୍ରୀଯୁକ୍ତ ଜୟଦେବ ସିଠ ଓ ଶ୍ରୀଯୁକ୍ତ ପ୍ରଶାନ୍ତ ପଟନାୟକ ମହାଦୋୟ।ଅନ୍ୟ ଜଣେ ସନ୍ନମାନିତ ଅତିଥି କବି, ଅନୁବାଦକ, ପ୍ରଶାସନିକ ଅଧିକାରୀ ଆଶୁତୋଷ ପାତ୍ର।ନିଜ ବ୍ୟକ୍ତିଗତ ଅସୁବିଧା ପାଇଁ ଉପସ୍ଥିତ ରହିପାରିନଥିଲେ ସୁନାମ ଧନ୍ୟ କବି, ଲେଖକ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଗନ୍ତାୟତ ମହାଭାଗ କିନ୍ତୁ ନିଜର କଲ୍ୟାଣ କାରି ମତାମତ ପ୍ରେରଣ କରିଥିଲେ।
ପାଠକୀୟ ମତାମତ ପାଠ କରିଥିଲେ ଦୁଇ ସୁନାମ ଧନ୍ୟ କବି, ଲେଖକ, ସ୍ତମ୍ଭକାର ଓ ଶିକ୍ଷକ। ଶ୍ରୀଯୁକ୍ତ ବିମଳ ଚାନ୍ଦ ପଟ୍ଟନାୟକ ଓ ଶ୍ରୀଯୁକ୍ତ ଶ୍ରୀଧର ପଟ୍ଟନାୟକ। ଉକ୍ତ କାର୍ଯ୍ୟକର୍ମ କୁ ସଂଚାଳନ କରିଥିଲେ ସୁନାମଧନ୍ୟ କବୟତ୍ରୀ ଶ୍ରୀମତୀ କଲ୍ୟାଣୀ ସାସମଲ। ଧନ୍ୟବାଦ ଦେଇଥିଲେ କବୀ, ଶିକ୍ଷୟତ୍ରୀ ଶ୍ରୀଯୁକ୍ତ ପ୍ରଶାନ୍ତି ମହାପାତ୍ର।
ଅନ୍ୟ ମାନ୍ୟଗନ ବ୍ୟକ୍ତି ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲ କବୀ ମେହେଶ୍ଵେତା ପାଣିଗ୍ରାହୀ, କବି ନୀଳମଣି ପାଟ୍ଟଯୋଶୀ, ରାଜ୍ୟ ସ୍ତରୀୟ ପାଲା ଗାୟକ ଶ୍ରୀଯୁକ୍ତ ସର୍ବେଶ୍ୱର ବେହେରା। କବି ସୁବାସ ଚନ୍ଦ୍ର ବେହେରାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ଶିଲା ଦାସ। ଉକ୍ତ କାର୍ଯ୍ୟକର୍ମ ରେ ରାୟଗଡ ସହରର ଅନେକ ଭଦ୍ର ବ୍ୟକ୍ତି ଓ ବିବେକାନନ୍ଦ ବିଦ୍ୟାଳୟର କୁନି କୁନି ନବ ପ୍ରତିଭା ମାନେ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ ଟିକୁ ମହିମା ମଣ୍ଡିତ କରିଥିଲେ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ ବାବୁ ନିଜର ବ୍ୟକ୍ତିଗତ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ନରହିଥିଲେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଜ ସ୍କୁଲରେ ଅନୁମତି ପ୍ରଦାନ କରିବା ଶହ,ଅକୁଣ୍ଠ ସାହାଯ୍ୟ ସହଯୋହ ପ୍ରଦାନ କରିଥିଲେ।ଏହି ଦୁଇଟି ପୁସ୍ତକ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହିତ,ବେଶ ପାଠକୀୟ ପ୍ରଶଂସା ଲାଭ କରୁ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ

error: Content is protected !!