ରାଧା କୃଷ୍ଣ ମନ୍ଦିର ୧୦ ତମ ବାର୍ଷିକ ଉତ୍ସବ ।

ଗଞ୍ଜାମ ଜିଲ୍ଲା (ଆମ ଓଡ଼ିଶା ଖବର) ବ୍ରହ୍ମପୁର ତୁଳସୀ ନଗର ସ୍ଥିତ ସପ୍ତମ ଲାଇନରେ ଥିବା ରାଧା କୃଷ୍ଣ ମନ୍ଦିର ଦଶମ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି l ଆର୍ବନ ବ୍ୟାଙ୍କ ସଭାପତି ତଥା ପୂର୍ବତନ କର୍ପୋରେଟର ଆର ମୁରଲୀ ମୋହନ ଙ୍କ ନେତୃତ୍ୱ ରେ ଓ ତୁଳସୀ ନଗର ଅଞ୍ଚଳ ବାସୀ ମାନଙ୍କ ସହଯୋଗୀ ରେ ଟିକ ୯ବର୍ଷ ପୂର୍ବେ ଏହି ଦିନ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ହୋଇଥିଲା l ଏହି ବାର୍ଷିକ ଉତ୍ସବରେ ମନ୍ଦିର ପରିସରରେ ମଣ୍ଡଳ ପୂଜା ଓ ହୋମ ଯଂଜ୍ଞ କରାଯାଇଥିଲା l ତାହା ସହ ଦଶ ହଜାରୁ ଉର୍ଦ୍ଧ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା l ଏହି ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ବିଜେଡି ସଭାପତି ରମେଶ ଚନ୍ଦ୍ରଚ୍ୟାଉ ପଟ୍ଟନାୟକ ମହାନଗର ନିଗମର ମେୟର ସଙ୍ଗମିତ୍ରା ଦୋଳେଇ ବ୍ରହ୍ମପୁର ବିଧାୟକ ଙ୍କ ପ୍ରତିନିଧି ଅଶୋକ ଶୁକ୍ଳ,ବିଜେଡି ବରିଷ୍ଠ ନେତା ଭୀମସେନା ଦୋଳେଇ ୧୫ ୱାର୍ଡର କର୍ପୋରେଟର ଆର ପାୱାନି ଓ ବହୁ କର୍ପୋରେଟର ମଧ୍ୟ ଯୋଗଦାନ ଥିଲେ ସେହିପରି ଆର୍ବନ ବ୍ୟାଙ୍କ ର ସମସ୍ତ ନିର୍ଦ୍ଧେଶକ ମାନେ ଯୋଗଦାନ ଦେଇଥିଲେ l ରାଧାକୃଷ୍ଣ ଵାଣିଜ ସଙ୍ଗ ଓ ପ୍ରାଣ୍ଡସ ଫରେଭର ସଦସ୍ୟ ଶ୍ରୀକାନ୍ତ ପାଣିଗ୍ରାହୀ, ବାବୁ ପଟ୍ଟନାୟକ, ମନୋଜ ସାହୁ, ତିରୁପତି ସୁବୁଦ୍ଧି, ଶୁସିଲ ସେନାପତି, ମନୋରଞ୍ଜନ ପଟ୍ଟନାୟକ, ପଞ୍ଚାନନ ରାଉତ, ସୁବାଷ ପାତ୍ର, ରମେଶ ନାୟକ, ସିମାଞ୍ଚଳ ପଣ୍ଡା, ସତ୍ୟ ପାତ୍ର, ମୁକୁନ୍ଦ ଗୌଡ଼, ମୁନା ରେଡ଼ୀ, ପୂର୍ବତନ କର୍ପୋରେଟର ରାଜେଶ୍ୱର ବେହେରା, ଉପସ୍ଥିତ ରହିମନ୍ଦିର ର ବାର୍ଷିକ ଉତ୍ସବ ରେ ରାଧାକୃଷ୍ଣ ଆଶ୍ରିବାଦ ବାଦ ଲାଭ କରିଥିଲେ l

ବ୍ରହ୍ମପୁରରୁ ଆଦିତ୍ୟ ସାହୁଙ୍କ ରିପୋର୍ଟ ଆମ ଓଡ଼ିଶା ଖବର।

error: Content is protected !!